ସ୍ତ୍ରୀ ଓ ପୁତୁରାକୁ ହାଣିଲା ସ୍ୱାମୀ

ପୁରୀ : ଶ୍ବଶୁର ଘରେ ଜ୍ବାଇଁର ଉନ୍ମତକାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀ ଓ ଦେଢ଼ ଶାଶୁଙ୍କ ପୁଅକୁ ହାଣିଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ । ଗ୍ରାମବାସୀଙ୍କ ଦ୍ବାରା ଅଭିଯୁକ୍ତକୁ ଅଟକ କରିବା ପରେ ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । ଅଭିଯୋଗ ଅନୁସାରେ ଖୋର୍ଦ୍ଧା କଳାପଦରର ଗୁଣ୍ଡିଚା ପ୍ରଧାନ ଦୀର୍ଘଦିନ ଧରି ଶ୍ବଶୁର ଘରେ ରହିଆସୁଥିଲେ […]

Samaya Live Picture
Published On

ପୁରୀ : ଶ୍ବଶୁର ଘରେ ଜ୍ବାଇଁର ଉନ୍ମତକାଣ୍ଡ । ପାରିବାରିକ କଳହରୁ ସ୍ତ୍ରୀ ଓ ଦେଢ଼ ଶାଶୁଙ୍କ ପୁଅକୁ ହାଣିଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ । ଗ୍ରାମବାସୀଙ୍କ ଦ୍ବାରା ଅଭିଯୁକ୍ତକୁ ଅଟକ କରିବା ପରେ ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ଅଭିଯୋଗ ଅନୁସାରେ ଖୋର୍ଦ୍ଧା କଳାପଦରର ଗୁଣ୍ଡିଚା ପ୍ରଧାନ ଦୀର୍ଘଦିନ ଧରି ଶ୍ବଶୁର ଘରେ ରହିଆସୁଥିଲେ । ସକାଳେ ପାରିବାରିକ କଳହକୁ ନେଇ ସ୍ତ୍ରୀ ସହ ବଚସା ଲାଗିଥିଲା । ପରେ ଉତ୍ୟକ୍ତ ହୋଇ ସ୍ତ୍ରୀ ଓ ପୁତୁରାକୁ ଆକ୍ରମଣ କରିଥିଲା ଗୁଣ୍ଡିଚା । ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ଏକ ଗଛରେ ବାନ୍ଧିରଖିଥିଲେ । ସ୍ତ୍ରୀ ଓ ପୁତୁରା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଚିତ୍ରକୋଣ୍ଡାରେ ବାପାର ଛୁରାମାଡରେ ଚାଲିଗଲା ୬ ବର୍ଷ ଝିଅର ଜୀବନ । ଚିତ୍ରକୋଣ୍ଡା ଆରଏସି-୧୪ ଗାଁରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିବା ବେଳେ ଝିଅକୁ ମାରି ଅଭିଯୁକ୍ତ ବାପା ଫେରାର ଅଛି । ଶିଶୁ କନ୍ୟାର ମୃତଦେହ ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତକୁ ଧରିବାକୁ ପୋଲିସ ଛାନଭିନ ଜାରି ରଖିଛି ।

ସେହିପରି ରାଉରକେଲାରୁ ଆସିଛି ଆଉ ଏକ ଅମାନବୀୟକାଣ୍ଡ । ନିଜର ୫ ବର୍ଷର ସାବତ ପୂଅକୁ କୂଅରେ ପକାଇ ହତ୍ୟା କରିଛି ପିଶାଚୀ ମାଆ । ପୁଅକୁ ପଥରରେ ବାନ୍ଧି କୂଅକୁ ଫିଙ୍ଗିଲା ହତ୍ୟା କରିବା ପରେ ନିଖୋଜ ଦର୍ଶାଇଥିଲା ସାବତ ମାଆ । ଗତ ୧୨ ତାରିଖରେ ପୁଅ ନିଖୋଜ ହୋଇଯାଇଥିବା ନେଇ ରଘୁନାଥପାଲି ଥାନାରେ ସାବତ ମାଆ ନାଉରୀ ଗୁଡ଼ିଆ ଅଭିଯୋଗ କରିଥିଲେ । ଏନେଇ ପୋଲିସ ତଦନ୍ତ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । କୂଅରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ପଚରାଉଚୁରା କରିବା ପରେ ସତ ମାନିଥିଲା ଅଭିଯୁକ୍ତ । ପଥରରେ ବାନ୍ଧି ପୁଅକୁ କୂଅରେ ପକାଇ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ପୋଲିସ ସାବତ ମାଆକୁ ଗିରଫ କରି ତଦନ୍ତ ଜାରି ରଖିଛି ।

Tags: