ସ୍ତ୍ରୀକୁ ଶାବଳରେ ପିଟି ହତ୍ୟା କଲା ସ୍ୱାମୀ
ଗଜପତି : ପାରିବାରିକ କଳହର କରୁଣ ପରିଣତି I ସ୍ତ୍ରୀକୁ ଶାବଳ ରେ ପିଟି ହତ୍ୟାକଳା ସ୍ବାମୀ। ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ହତ୍ୟାକାରୀ ସ୍ୱାମୀ ହେଲେ ହାଡୁ ମଲ୍ଲିକ ଓ ମୃତକ ହେଲେ ସରୁଗଳା ମଳିକ। ଉଭୟ ସ୍ୱାମୀ ସ୍ତ୍ରୀ,ପ୍ରତିଦିନ କାମକୁ ଯାଇଥାନ୍ତି I ଗତକାଲି କାମରୁ ଫେରିଲା ପରେ ହାଡୁ ମଳିକ ଓ ସ୍ତ୍ରୀ ସରୁଗଳା ମଳିକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା […]
ଗଜପତି : ପାରିବାରିକ କଳହର କରୁଣ ପରିଣତି I ସ୍ତ୍ରୀକୁ ଶାବଳ ରେ ପିଟି ହତ୍ୟାକଳା ସ୍ବାମୀ। ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ହତ୍ୟାକାରୀ ସ୍ୱାମୀ ହେଲେ ହାଡୁ ମଲ୍ଲିକ ଓ ମୃତକ ହେଲେ ସରୁଗଳା ମଳିକ।
ଉଭୟ ସ୍ୱାମୀ ସ୍ତ୍ରୀ,ପ୍ରତିଦିନ କାମକୁ ଯାଇଥାନ୍ତି I ଗତକାଲି କାମରୁ ଫେରିଲା ପରେ ହାଡୁ ମଳିକ ଓ ସ୍ତ୍ରୀ ସରୁଗଳା ମଳିକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା Iଏଥିରେ ଉତକ୍ଷିପ୍ତ ହୋଇ ହାଡୁ ଏକ ଶାବଳ ରେ ସ୍ତ୍ରୀକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ସରୁଗଳା। ଚିତ୍କାର ଶୁଣି ପାଖ ପଡୋଶୀ ଧାଇଁ ଆସି ସରୁଗଳାଙ୍କର ରକ୍ତାକ୍ତ ମୃତଦେହ ତଳେ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ I ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ହତ୍ୟାକାଣ୍ଡ ବ୍ୟବହୃତ ଶାବଳକୁ ଜବତ କରି ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।




