ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ
ଜଳେଶ୍ୱର : ପାରିବାରିକ କଳହର କରୁଣ ପରିଣତି I ନିଶାସକ୍ତ ଅବସ୍ଥାରେ ସୈତାନ ସାଜିଲା ସ୍ୱାମୀ। ସାମାନ୍ୟ ବଚସା ପରେ ସ୍ତ୍ରୀକୁ ପିଟି ପିଟି ସ୍ୱାମୀ ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ । ଗତକାଲି ରାତିରେ ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମର ଦୁର୍ଗା ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ମଧ୍ଯ ରେ କୌଣସି କଥାକୁ ନେଇ ପାଟିତୁଣ୍ତ ହୋଇଥିଲା। ଏହା […]
ଜଳେଶ୍ୱର : ପାରିବାରିକ କଳହର କରୁଣ ପରିଣତି I ନିଶାସକ୍ତ ଅବସ୍ଥାରେ ସୈତାନ ସାଜିଲା ସ୍ୱାମୀ। ସାମାନ୍ୟ ବଚସା ପରେ ସ୍ତ୍ରୀକୁ ପିଟି ପିଟି ସ୍ୱାମୀ ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ।
ଗତକାଲି ରାତିରେ ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମର ଦୁର୍ଗା ମୁର୍ମୁ ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କ ମଧ୍ଯ ରେ କୌଣସି କଥାକୁ ନେଇ ପାଟିତୁଣ୍ତ ହୋଇଥିଲା। ଏହା ପରେ ନିଶାସକ୍ତ ଅବସ୍ଥାରେ ଥିବା ସ୍ବାମୀ ଦୁର୍ଗା ସ୍ତ୍ରୀ ମଞ୍ଜୁଲତାଙ୍କୁ ଠେଙ୍ଗାରେ ନିସ୍ତୁକ ପିଟି ଥିଲେ। ଏହା ପରେ ଘଟଣା ସ୍ଥଳରେ ମଞ୍ଜୁଲତାଙ୍କ ମୃତ୍ଯୁ ହୋଇ ଯାଇଥିଲା। ପାଟିତୁଣ୍ତ ଶୁଣି ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀ ଦୁର୍ଗା ମୁର୍ମୁଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ରାଇବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଗା ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।




