ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ହୋଟେଲ ମାଲିକ ଗୁରୁତର
ଭୁବନେଶ୍ୱର : ପୂର୍ବ ଶତ୍ରୁତାର ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ । ଖଣ୍ଡା ଚୋଟରେ ଗୁରୁତର ହୋଇଛନ୍ତି ହୋଟେଲ ମାଲିକ ସାଜନ ସାମଲ । ଘଟଣା ଘଟିଛି ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳରେ । ଗତକାଲି ରାତିରେ ଭସାଣ ଚାଲିଥିବା ବେଳେ କିଛି ଦୁର୍ବୃତ ଆସି ହୋଟେଲ ମାଲିକ ସାଜନ ସାମଲଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ସାଜନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି I ଦଶହରା ସମୟରେ […]
ଭୁବନେଶ୍ୱର : ପୂର୍ବ ଶତ୍ରୁତାର ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ । ଖଣ୍ଡା ଚୋଟରେ ଗୁରୁତର ହୋଇଛନ୍ତି ହୋଟେଲ ମାଲିକ ସାଜନ ସାମଲ । ଘଟଣା ଘଟିଛି ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳରେ । ଗତକାଲି ରାତିରେ ଭସାଣ ଚାଲିଥିବା ବେଳେ କିଛି ଦୁର୍ବୃତ ଆସି ହୋଟେଲ ମାଲିକ ସାଜନ ସାମଲଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ସାଜନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି I
ଦଶହରା ସମୟରେ ହୋଟେଲ ବନ୍ଦ ଥିବା ବେଳେ କିଛି ଦୁର୍ବୃତ ହୋଟେଲରେ ପଶି ଚୋରି କରିଥିଲେ । ସିସିଟିଭି ଦେଖି ସାଜନ ସମସ୍ତଙ୍କୁ ପୋଲିସ ଜିମା ଦେଇଥିଲେ । ହେଲେ ପରବର୍ତୀ ସମୟରେ ପୋଲିସ ସେମାନଙ୍କୁ ଛାଡି ଦେଇଥିଲା । ଏହା ପରେ ସେମାନେ ଗତ ରାତିରେ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି I




