ଜମିବାଡ଼ି ବିବାଦରୁ ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର

ଭଦ୍ରକ : ଜମିଜମା ବିବାଦକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳ କାଣ୍ଡ I ହୋଟେଲ ମାଲିକ ଓ ନିଶାଡୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା I ଜମିବାଡି ବିବାଦ ଓ ପୂର୍ବ ଶତ୍ରୁତା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗତକାଲି ରାତିରେ ବନ୍ତ ଛକରେ ଥିବା ଏକ ହୋଟେଲ ନିକଟରେ କିଛି ନିଶାଡି ଓ ହୋଟେଲ ମାଲିକଙ୍କ ଭତିରେ ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଉଭୟଙ୍କ ଭିତରେ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । […]

Samaya Live Picture
Published On

ଭଦ୍ରକ : ଜମିଜମା ବିବାଦକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳ କାଣ୍ଡ I ହୋଟେଲ ମାଲିକ ଓ ନିଶାଡୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା I ଜମିବାଡି ବିବାଦ ଓ ପୂର୍ବ ଶତ୍ରୁତା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗତକାଲି ରାତିରେ ବନ୍ତ ଛକରେ ଥିବା ଏକ ହୋଟେଲ ନିକଟରେ କିଛି ନିଶାଡି ଓ ହୋଟେଲ ମାଲିକଙ୍କ ଭତିରେ ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଉଭୟଙ୍କ ଭିତରେ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିଲା । ଏଥିରେ ରଣକ୍ଷେତ୍ର ପାଲଟିଲା ଭଦ୍ରକ ହସ୍ପିଟାଲ ପରିସର । ଏଥିରେ ପୋଲିସ୍‌କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସଂଘର୍ଷ ପରେ ଭଦ୍ରକ ସହରରେ ଚାପା ଉତ୍ତେଜନା ଲାଗି ରହିଛି । ଏହି ଘଟଣାରେ ୨ ଗୁରୁତର ଯୁବକ ଆହତ ହୋଇ ପ୍ରଥମେ ଭଦ୍ରକ ଡାକ୍ତରଖାନା ଓ ପରେ ଆହତ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଘଟନାନୁସାରେ,ଗତକାଲି ରାତିରେ ଭଦ୍ରକ ସହରରେ ଥିବା ଏକ ହୋଟେଲ ମାଲିକ ଶୁଭ୍ରକାନ୍ତଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କର ଦୀର୍ଘଦିନ ହେବ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ହୋଟେଲ୍‌ ମାଲିକଙ୍କୁ ଆକ୍ରମଣ ପାଇଁ କିଛି ଅସାମାଜିକ ଯୁବକ ମାରଣାସ୍ତ୍ର ଧରି ହୋଟେଲ୍‌ ପାଖରେ ପହଞ୍ଚିଥିଲେ I ଏଥିରେ ଭୟଭୀତ ହୋଇ ଶୁଭ୍ରକାନ୍ତ ତାଙ୍କ ସହଯୋଗୀ ସମ୍ପର୍କୀୟଙ୍କୁ ଫୋନ କରି ଡାକିଥିଲେ । ସେମାନେ ସେଠାରେ ପହଞ୍ଚିବା ପରେ ବିବାଦ ଆହୁରି ବଢ଼ିବା ସହିତ ଆକ୍ରମଣ ହୋଇଥିଲା । ଉଭୟ ପକ୍ଷଙ୍କ ଗଣ୍ଡଗୋଳ ମଧ୍ୟରେ ଛୁରାମାଡ଼ରେ ଜଣେ ଆହତ ହେବା ଯୋଗୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହାପରେ ଗଣ୍ଡଗୋଳ ତୀବ୍ର ରୂପ ନେଇଥିଲା I ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ହସ୍ପିଟାଲ ନିଆଁ ଯାଇଥିଲା I ଭଦ୍ରକ ମେଡିକାଲରେ ପହଞ୍ଚିବା ପରେ ସେଠାରେ ଉଭୟ ଗୋଷ୍ଠୀର ଲୋକ ରୁଣ୍ଡ ହୋଇଥିବା ବେଳେ ହସ୍ପିଟାଲ ପରିସରରେରେ ତୀବ୍ର ଉତ୍ତେଜନା ଦେଖା ଯାଇଥିଲା । ମେଡିକାଲରେ ଥିବା ପୋଲିସ ଉପସ୍ଥିତିରେ ଠେଲାପେଲା ହୋଇଥିଲେ । କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ଭଦ୍ରକ ହସ୍ପିଟାଲ । ଘଟଣାକୁ ଆୟତ୍ତ କରିବାକୁ ଯାଇ ଭଦ୍ରକ ସିଟି ଡିଏସ ପି ଙ୍କ ନେତୃତ୍ୱ ରେ ୩ ଜଣ ଇନ୍ସପେକ୍ଟର ଓ ୫ ପ୍ଲାଟୁନ ପୋଲିସ ଫୋର୍ସ ସେଠାରେ ପହଞ୍ଚିଥିଲେ । ହେଲେ ସେମାନେ ଆକ୍ରମଣ କରିବାରୁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ପୋଲିସ ଏହି ଘଟଣାରେ ୨ ଜଣ ଙ୍କୁ ଥାନା ରେ ଅଟକ ରଖିଛି । ସେପଟେ ମାରଣାସ୍ତ୍ର ଆକ୍ରମଣରେ ଆହତ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Tags: