ଶ୍ଵଶୁର ଘରପାଖ ଜଙ୍ଗଲରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବଲାଙ୍ଗିର : ଶ୍ୱଶୁର ଘର ଗାଁ ପାଖ ଜଙ୍ଗଲରୁ ଉଦ୍ଧାର ହେଲା ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଯମୁନାବାହାଲ ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ମୁରିବାହାଲ ଥାନା ସାଲେଭଟା ଗାଁ ର ନବ ଭୋଇ ଲ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ନବ ଭୋଇ ପୂର୍ବରୁ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ସେଠାରେ ସେ ନିଜ […]
ବଲାଙ୍ଗିର : ଶ୍ୱଶୁର ଘର ଗାଁ ପାଖ ଜଙ୍ଗଲରୁ ଉଦ୍ଧାର ହେଲା ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଯମୁନାବାହାଲ ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ମୁରିବାହାଲ ଥାନା ସାଲେଭଟା ଗାଁ ର ନବ ଭୋଇ ଲ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।
ନବ ଭୋଇ ପୂର୍ବରୁ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ସେଠାରେ ସେ ନିଜ ପରିବାର ସହ ରହୁଥିଲେ । କିନ୍ତୁ ଚଳିତ ଜୁନ ମାସ ୧୩ ତାରିଖରେ ସେ ପୁଣି ଫେରିଥିଲେ I ହେଲେ ସେଠାରୁ ଫେରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ତାଙ୍କ ପତ୍ନୀ ନିଜର ୫ ପୁଅ ଓ ଗୋଟିଏ ଝିଅକୁ ନେଇ ବାପ ଘର ସାଲଭେଟା ଗାଁରେ ରହି ଆସୁଥିଲେ ।
ନଵ ଭୋଇ ସେମାନଙ୍କୁ ବୁଝା ସୁଝା କରି ଆଣିବାକୁ ଯାଇଥିବାବେଳେ ତାଙ୍କ ପତ୍ନୀ ଆସିବାକୁ ମନା କରିଦେଇଥିଲେ I ଏନେଇ ନବ ମୁରିବାହାଲ ଥାନାରେ ସେ ଗତ ଜୁନ ୨୪ତାରିଖରେ ଥାନାରେ ଏତଲା ଦେଇଥିଲେ I ତେବେ ଆଜି ସକାଳେ ସାଲେଭଟା ଗାଁ ନିକଟରେ ଥିବା ଜଙ୍ଗଲରୁ ନବଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖିଥିଲେ। ନବ ଗାମୁଛା ଲଗାଇ ଏକ ଗଛରେ ଆତ୍ମହତ୍ୟା କରିଥିଲେ। ଏନେଇ ସ୍ଥାନୀୟ ଲୋକେ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ନବ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ହୋଇଛି। ପୁଲିସ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।




