ଗିରଫ ହେଲେ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ସୋମବାର ତାରାଙ୍କ ବିଭିନ୍ନ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଏହି ସମୟରେ ୧୦ଟି ଫ୍ଲାଟ, ୭ଟି ପ୍ଲଟ୍‌, ଅଢେଇ କେଜି ପାଖାପାଖି ସୁନା ସହ ୩୭୦ ଗ୍ରାମ ହୀରା, ବିଦେଶୀ ମୁଦ୍ରା, ଦାମୀ ଘଣ୍ଟା ସହ ୨.୭୦କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା । ଖାଲି ସେତିକି ନୁହେଁ ନଗଦ ୬ଲକ୍ଷ […]

Samaya Live Picture
Published On

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ସୋମବାର ତାରାଙ୍କ ବିଭିନ୍ନ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଏହି ସମୟରେ ୧୦ଟି ଫ୍ଲାଟ, ୭ଟି ପ୍ଲଟ୍‌, ଅଢେଇ କେଜି ପାଖାପାଖି ସୁନା ସହ ୩୭୦ ଗ୍ରାମ ହୀରା, ବିଦେଶୀ ମୁଦ୍ରା, ଦାମୀ ଘଣ୍ଟା ସହ ୨.୭୦କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା । ଖାଲି ସେତିକି ନୁହେଁ ନଗଦ ୬ଲକ୍ଷ ଟଙ୍କା ସହିତ ୨ଟି ଦାମୀ କାର ମଧ୍ୟ ଠାବ କରିଥିଲା ଭିଜିଲାନ୍ସ । ତାରା ପ୍ରସାଦ କାର୍ଯ୍ୟରତ ଥିବାବେଳେ ଏତେ ପରିମାଣର ସମ୍ପତ୍ତି କେଉଁଠୁ ଆଣିଲେ ତାହାର ହିସାବ ମାଗିଥିଲା ଭିଜିଲାନ୍ସ ଟିମ୍‌ । ହେଲେ ସଠିକ୍‌ ଭାବେ ହିସାବ ନଦେବାରୁ ତାରାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ,ବହୁ ପୂର୍ବରୁ ତାରା ପ୍ରସାଦ ମିଶ୍ରଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ଗତକାଲି ଏକକାଳୀନ ତାଙ୍କର ୯ ଟି ଠିକଣାରେ ଚଢ଼ାଉ ହୋଇଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର, କଟକ, ଝାରସୁଗୁଡାର ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।

ତାରାପ୍ରସାଦଙ୍କ ନୟାପଲ୍ଲୀ ଆପାର୍ଟମେଣ୍ଟରୁ ମିଳିଛି ବିଳାସମୟ ମର୍ସିଡିଜ୍ ସି କ୍ଲାସ୍ କାର୍ । ଯାହାର ମୂଲ୍ୟ ପ୍ରାୟ ଦେଢ଼ କୋଟି । ଏଭଳି ଆଉ ଏକ ଦାମୀ କାର୍ ବି ମିଳିଛି । ବାବୁଙ୍କ ଥାଟବାଟ କହୁଛି, ଚାକିରି ସମୟରେ ଜୀବନ ଜୀଉଁଥିଲେ କିଙ୍ଗସାଇଜ୍ । ୧୪ ଥର ବିଦେଶ ବୁଲିଛନ୍ତି । USAଠୁ ଆରମ୍ଭ କରି ୟୁଏଇ, କାନାଡା, ମେକ୍ସିକୋ, ସିଙ୍ଗାପୁର ଭଳି ଦେଶ ବୁଲି ଅୟସ କରିଛନ୍ତି । ଏହି ବିଦେଶୀ ମୁଦ୍ରା ସହ ଘରସଜା ସାମଗ୍ରୀ ହେଉଛି ତା’ର ଗୋଟିଏ ଗୋଟିଏ ନମୂନା ।

ଏସବୁ ବାଦ୍ ନୟାପଲ୍ଲୀ ଅର୍ପଣ ଫ୍ଲାଟକୁ ଛାଡ଼ିଦେଲେ ଭୁବନେଶ୍ୱର କସମୋପଲିସରେ ୨ଟି, ଫାଲକନ୍ କ୍ରେଷ୍ଟ ଓ କଟକ-ଭୁବନେଶ୍ୱର ରୋଡରେ ଥିବା ଗ୍ରାଣ୍ଡ ଆୱାସରେ ଗୋଟିଏ ଲେଖାଏଁ, ଆସୋଟେକରେ ୨ଟି ଫ୍ଲାଟ୍ ରହିଛି । ସେହିପରି ଝାରସଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ୩ଟି ଫ୍ଲାଟ, ଭୁବନେଶ୍ୱର, କଟକ ଓ ଜଟଣୀରେ ମୋଟ୍ ୭ଟି ଦାମୀ ପ୍ଲଟର ସନ୍ଧାନ ପାଇଛି ଭିଜିଲାନ୍ସ । ୨ କୋଟି ୭୦ ଲକ୍ଷର ବ୍ୟାଙ୍କ ଜମା, ନଗଦ ୬ ଲକ୍ଷ ଟଙ୍କା ସହ ଲକର, ବୀମା ଓ ଫିକ୍ସଡ ଡିପୋଜିଟର ହିସାବ ଚାଲିଛି । ଝିଅର ମେଡିକାଲ ଶିକ୍ଷା ପାଇଁ ତାରା ୮୦ ଲକ୍ଷ ଖର୍ଚ୍ଚ କରିଥିବା ଭିଜିଲାନ୍ସ ସୂଚନା ଦେଇଥିଲା ।

Tags: