ଗୋପାଳ ମାନସିକତାକୁ ବୁଝିବ ଏଫବିଆଇ

ଭୁବନେଶ୍ୱର : ବିଧାନସଭାର ଆଜି ୨ୟ ଦିନରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Iବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରଖିଛନ୍ତି ବିବୃତି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ କହିଛନ୍ତି, ପୂର୍ବତନ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ନବ ଦାସଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ମାମଲା ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ସ୍ୱଚ୍ଛ ଭାବେ […]

Samaya Live Picture
Published On

ଭୁବନେଶ୍ୱର : ବିଧାନସଭାର ଆଜି ୨ୟ ଦିନରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Iବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରଖିଛନ୍ତି ବିବୃତି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ କହିଛନ୍ତି, ପୂର୍ବତନ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ନବ ଦାସଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ମାମଲା ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ସ୍ୱଚ୍ଛ ଭାବେ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି I ଅଭିଯୁକ୍ତ ସତ କହୁଛି କି ପ୍ରତାରଣା କରୁଛି ତାହାର ପରୀକ୍ଷା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାର ବିଶେଷଜ୍ଞ ଟିମ୍‌ର ସହାୟତା ନିଆଯାଇଛି। ଗୋପାଳ ଦାସର ନାର୍କୋ ଟେଷ୍ଟ,ପଲିଗ୍ରାଫ ଟେଷ୍ଟ ଓ ସାଇକୋଲୋଜିକାଲ ଟେଷ୍ଟ ସରିଛି। ଏଭଳି କେସ୍‌ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର FBIର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି। ଏଥିନିମନ୍ତେ ଓଡିଶା ସରକାର ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସହଯୋଗ ଲୋଡ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ କୁ ନେଇ ୨ ଦିନ ହେଲାଣି ଗୃହ ସରଗରମ ରହିଛି I ଗତକାଲି ଗୃହର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣକୁ ବରଯାନ କରିଥିଲେ ବିରୋଧୀ I ଏହା ସହିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ୨୫ ଦିନ ବିତିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କାହିଁକି ମୁହଁ ଖୋଳୁ ନାହାନ୍ତି ବୋଲି ହୋହାଲ୍ଲା କରିଥିଲେ I

Tags: