ପିଶାଚ ବାପା,ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା
ରାଉରକେଲା : ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ବାପା ସାଜିଲା ନରରାକ୍ଷସ I ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ବି ପଛାଇଲା ନାହିଁ I ଗତକାଲି ବିଳମ୍ବିତ ରାତିରେ ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଛି I ଅଭିଯୁକ୍ତ ବାପାକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ଅଭିଯୁକ୍ତର ନାଁ ରାଜୁ ଲାକ୍ରା ବୋଲି ଜଣାଯାଇଛି। ସୂଚନା ଅନୁସାରେ, […]
ରାଉରକେଲା : ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ବାପା ସାଜିଲା ନରରାକ୍ଷସ I ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ବି ପଛାଇଲା ନାହିଁ I ଗତକାଲି ବିଳମ୍ବିତ ରାତିରେ ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ଏହି ଅଭାବନୀୟ ଘଟଣା ଘଟିଛି I ଅଭିଯୁକ୍ତ ବାପାକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ଅଭିଯୁକ୍ତର ନାଁ ରାଜୁ ଲାକ୍ରା ବୋଲି ଜଣାଯାଇଛି।
ସୂଚନା ଅନୁସାରେ, ରାଜୁ ଲାକ୍ରା ଓ ତା’ ସ୍ତ୍ରୀ ମଧ୍ୟରେ ପ୍ରାୟ ସମୟ ଝଗଡା ହେଉଥିଲା I ସ୍ତ୍ରୀ ର ପରକୀୟା ପ୍ରୀତିକୁ ନେଇ ସନ୍ଦେହ କରୁଥିଲା ରାଜୁ I ଘଟନାନୁସାରେ ଗତକାଲି ଅପରାହ୍ଣ ୪ଟାରେ ରାଜୁ ନିଜ ସ୍ତ୍ରୀ ଜଣେ ଯୁବକ ସହିତ କେଉଁଆଡ଼େ ଚାଲିଯାଇଥିବା ନେଇ ଜଣେ ପଡ଼ୋଶୀ ରାଜୁକୁ କହିଥିଲା। ଏହି ଘଟଣାରେ ରାଜୁ କ୍ରୋଧରେ ଗତକାଲି ବିଳମ୍ବିତ ରାତିରେ ନିଜ ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ରାଜୁ ନିଜ ପୁଅକୁ ହତ୍ୟା କରି ସମ୍ପୃକ୍ତ ବ୍ୟକ୍ତି ପୁଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଜଣାପଡ଼ିଛି।




