ଝିଅକୁ ଧରି ନଦୀକୁ ଡେଇଁଲେ ବାପା: ଶିଶୁକନ୍ୟା ଉଦ୍ଧାର, ବାପା ନିଖୋଜ
କଟକ : ୧୦ ମାସର ଝିଅକୁ ଧରି ନଦୀକୁ ଡେଇଁପଡ଼ିଲା ବାପା I ଏପରି ଅଘଟଣ ଘଟିଛି କଟକ ସଦର ଥାନା ଅନ୍ତର୍ଗତ ସିଡ଼ୁଆ ନଦୀରେ I ପାରିବାରିକ କଳହରୁ ଝିଅର ବାପା ପ୍ରକାଶ ପ୍ରଧାନ ଏପରି ଚରମ ନିଷ୍ପତି ନେଇଥିବା ଜଣ ପଡିଛି I ତେବେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଝିଅକୁ ସୁରକ୍ଷିତ ଉଦ୍ଧାର କରିଥିବାବେଳେ ବାପା ପ୍ରକାଶ ଏଯାଏଁ ନିଖୋଜ ଅଛନ୍ତି I ସୂଚନାନୁସାରେ, କଟକ ସଦର କନ୍ଦରପୁର ଷଣ୍ଢୁଆସିପଡ଼ାର ପ୍ରକାଶ ପ୍ରଧାନ ୫ବର୍ଷ […]
କଟକ : ୧୦ ମାସର ଝିଅକୁ ଧରି ନଦୀକୁ ଡେଇଁପଡ଼ିଲା ବାପା I ଏପରି ଅଘଟଣ ଘଟିଛି କଟକ ସଦର ଥାନା ଅନ୍ତର୍ଗତ ସିଡ଼ୁଆ ନଦୀରେ I ପାରିବାରିକ କଳହରୁ ଝିଅର ବାପା ପ୍ରକାଶ ପ୍ରଧାନ ଏପରି ଚରମ ନିଷ୍ପତି ନେଇଥିବା ଜଣ ପଡିଛି I ତେବେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଝିଅକୁ ସୁରକ୍ଷିତ ଉଦ୍ଧାର କରିଥିବାବେଳେ ବାପା ପ୍ରକାଶ ଏଯାଏଁ ନିଖୋଜ ଅଛନ୍ତି I
ସୂଚନାନୁସାରେ, କଟକ ସଦର କନ୍ଦରପୁର ଷଣ୍ଢୁଆସିପଡ଼ାର ପ୍ରକାଶ ପ୍ରଧାନ ୫ବର୍ଷ ତଳେ ସଦର ଥାନା ଅନ୍ତର୍ଗତ ସୁମାଣ୍ତିର ଦୀପାଳି ପ୍ରଧାନଙ୍କୁ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଥିବାବେଳେ ପ୍ରକାଶ ଶ୍ୱଶୁର ଘରେ ରହୁଥିଲେ Iବିବାହ ପରେ ଉଭୟେ ସ୍ୱାମୀ ସ୍ତ୍ରୀ ଶ୍ୱଶୁର ଘରେ ରହୁଥିଲେ I ସ୍ୱାମୀ ,ସ୍ତ୍ରୀଙ୍କ ମଧ୍ୟରେ ମଝିରେ ମଝିରେ ପାରିବାରିକ କଳହ ଲାଗି ରହୁଥିଲା I ସେହିପରି ଆଜି ସକାଳେ ଦୀପାଳି ଓ ପ୍ରକାଶ ଶିଶୁକନ୍ୟାକୁ ନେଇ କେଦାରେଶ୍ବର ମନ୍ଦିରକୁ ଯାଇଥିଲେ। ସେଠାରୁ ଫେରି ସେମାନେ ସଇନ୍ଧା ନିକଟ ସିଡ଼ୁଆ ନଦୀକୁ ପାଣି ଦେଖିବାକୁ ଯାଇଥିଲେ। କୌଣସି କାରଣକୁ ନେଇ ସେଠାରେ ପ୍ରକାଶ ଓ ଦୀପାଳିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ କ୍ରୋଧାନ୍ବିତ ହୋଇ ପ୍ରକାଶ ନିଜ ୧୦ମାସର ଶିଶୁକନ୍ୟାକୁ ନଦୀକୁ ଫିଙ୍ଗି ନିଜେ ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ। ବର୍ତ୍ତମାନ ପ୍ରକାଶକୁ ଖୋଜିବା ପାଇଁ ବାରଙ୍ଗ ନରଣପୁରର ଦମକଳବାହିନୀ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି I




