ପରିବାର କଳହକୁ ନେଇ କଟୁରୀରେ ଭାଇକୁ ହାଣିଲା ଭାଇ , ଭାଇ ମୃତ
ଜଳେଶ୍ଵର : ଘରୋଇ କଳହକୁ କେନ୍ଦ୍ରକରି କଟୁରୀରେ ଭାଇକୁ ହାଣିଲା ଭାଇ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଗ୍ରାମରେ । ସୂଚନାନୁସାରେ , ଲଙ୍ଗଳେଶ୍ବର ଗ୍ରାମର ସୁଶାନ୍ତ ଗିରି ରବିବାର ସନ୍ଧ୍ୟାବେଳେ କୌଣସି କଥାକୁ ନେଇ ତାଙ୍କ ମା’ଙ୍କ ସହ ଝଗଡ଼ା ହୋଇଥିଲା । ଏଥିରେ ଅଧିକ ରାଗିଯାଇ ସୁଶାନ୍ତ ତାଙ୍କ ମା’ଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୁଣ୍ତକୁ ଏକ କଟୁରୀରେ ହାଣି ଦେଇଥିଲେ […]
ଜଳେଶ୍ଵର : ଘରୋଇ କଳହକୁ କେନ୍ଦ୍ରକରି କଟୁରୀରେ ଭାଇକୁ ହାଣିଲା ଭାଇ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଗ୍ରାମରେ ।
ସୂଚନାନୁସାରେ , ଲଙ୍ଗଳେଶ୍ବର ଗ୍ରାମର ସୁଶାନ୍ତ ଗିରି ରବିବାର ସନ୍ଧ୍ୟାବେଳେ କୌଣସି କଥାକୁ ନେଇ ତାଙ୍କ ମା’ଙ୍କ ସହ ଝଗଡ଼ା ହୋଇଥିଲା । ଏଥିରେ ଅଧିକ ରାଗିଯାଇ ସୁଶାନ୍ତ ତାଙ୍କ ମା’ଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୁଣ୍ତକୁ ଏକ କଟୁରୀରେ ହାଣି ଦେଇଥିଲେ । ଏହି ସମୟରେ ମା’ଙ୍କୁ ଉଦ୍ଧାର କରିବାକୁ ଯାଇ ସୁଶାନ୍ତଙ୍କ ଭାଉଜ କବିତା ଗିରି ମଧ୍ୟ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ମା ସାବିତ୍ରୀ ଗିରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରୁଥିବା ବେଳେ ବଡ ଭାଇ ଗୋପାଳ ଗିରି ପହଞ୍ଚିଥିଲେ । ସେ ସୁଶାନ୍ତଙ୍କୁ କଣ ପାଇଁ ଆକ୍ରମଣ କଲୁ ପଚାରିବାରୁ ଗୋପାଳ ଉତ୍ୟକ୍ତ ହୋଇ ସୁଶାନ୍ତଙ୍କ ମୁଣ୍ତକୁ ହାଣି ଦେଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଲଙ୍ଗଳେଶ୍ବର ସ୍ୱାସ୍ଥ୍ୟକେନ୍ଦ୍ର ରେ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସିଂଲା ଥIନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋପାଳ ଗିରିଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି ।




