ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ,ନିଶା ନିବାରଣ କେନ୍ଦ୍ରକୁ ଦାୟୀ କଲେ ପରିବାର ଲୋକେ

ଭୁବନେଶ୍ୱର : ନିଶାନିବାରଣ କେନ୍ଦ୍ର ନାଁ ରେ ସଂଗୀନ ଅଭିଯୋଗ । ନିଶାନିବାରଣ କେନ୍ଦ୍ରରୁ ଫେରିଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଏଥିପାଇଁ ନିଶାନିବାରଣ କେନ୍ଦ୍ରକୁ ଦାୟୀ କଲେ ପରିବାର ଲୋକେ । ନିଶା ଛଡ଼ାଇବା ପାଇଁ ଯୁବକଙ୍କୁ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ସେଠାରେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଭୁବନେଶ୍ବର ୟୁନିଟ ୬ ଅଞ୍ଚଳର ୩୬ ବର୍ଷୀୟ ଯୁବକ ସୁମନ୍ତ ପଣ୍ଡା । ଗତକାଲି ତାଙ୍କୁ ଭୁବନେଶ୍ବର ଖଣ୍ଡଗିରି […]

Samaya Live Picture
Published On

ଭୁବନେଶ୍ୱର : ନିଶାନିବାରଣ କେନ୍ଦ୍ର ନାଁ ରେ ସଂଗୀନ ଅଭିଯୋଗ । ନିଶାନିବାରଣ କେନ୍ଦ୍ରରୁ ଫେରିଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଏଥିପାଇଁ ନିଶାନିବାରଣ କେନ୍ଦ୍ରକୁ ଦାୟୀ କଲେ ପରିବାର ଲୋକେ । ନିଶା ଛଡ଼ାଇବା ପାଇଁ ଯୁବକଙ୍କୁ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ସେଠାରେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ମୃତକ ହେଲେ ଭୁବନେଶ୍ବର ୟୁନିଟ ୬ ଅଞ୍ଚଳର ୩୬ ବର୍ଷୀୟ ଯୁବକ ସୁମନ୍ତ ପଣ୍ଡା । ଗତକାଲି ତାଙ୍କୁ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ନିଶା ନିବାରଣ କେନ୍ଦ୍ରରେ ହଠାତ ଯୁବକଙ୍କ ଶରୀର ଅସୁସ୍ଥ ହୋଇ ଯାଇଥିଲା । ଏହା ଦେଖି ଉକ୍ତ କେନ୍ଦ୍ରର କର୍ମଚାରୀ ପରିବାର ଲୋକଙ୍କୁ ଡକାଇ ଘରକୁ ପଠାଇ ଦେଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ରବିବାର ସଂଧ୍ୟାରେ ସୁମନ୍ତକୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ସୁମନ୍ତଙ୍କର ମୃତ୍ୟୁ ଘଟିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଇଥିବାବେଳେ ତାଙ୍କୁ ନିଶାନିବାରଣ କେନ୍ଦ୍ରରେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ନିଶା ନିବାରଣ କେନ୍ଦ୍ରରେ କୌଣସି ପ୍ରକାର ନିର୍ଯ୍ୟାତନ ଦିଆଯାଇ ନାହିଁ ଏବଂ କେନ୍ଦ୍ରର ସମସ୍ତ ସ୍ଥାନରେ ସିସିଟିଭି ଲାଗିଛି ବୋଲି ଉକ୍ତ କେନ୍ଦ୍ରର ପରିଚାଳକ କହିଛନ୍ତି । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଛି ।

Tags: