ଭିଜିଲାନ୍ସ ଜାଲରେ ପଡ଼ିଲେ ନିର୍ବାହୀ ଯନ୍ତ୍ରୀ

କଟକ: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା। ବିଲ୍ ପାସ କରିବା ପାଇଁ ଜଣେ ଠିକାଦାରଙ୍କଠୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ । ଏହି ଲାଞ୍ଚ କାରବାର ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ନିଜର ସରକାରୀ ବାସଭବନରେ ଚାଲିଥିବାବେଳେ ସେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଘଟନାନୁସାରେ ମୁଗଗହିରୀ ପଞ୍ଚାୟତର ବିଲ୍ ପାସ୍ କରିବା ପାଇଁ ସମ୍ପୃକ୍ତ ଠିକାଦାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ନିବେଦନ କରୁଥିଲେ। […]

Samaya Live Picture
Published On

କଟକ: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା। ବିଲ୍ ପାସ କରିବା ପାଇଁ ଜଣେ ଠିକାଦାରଙ୍କଠୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ । ଏହି ଲାଞ୍ଚ କାରବାର ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ନିଜର ସରକାରୀ ବାସଭବନରେ ଚାଲିଥିବାବେଳେ ସେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି।

ଘଟନାନୁସାରେ ମୁଗଗହିରୀ ପଞ୍ଚାୟତର ବିଲ୍ ପାସ୍ କରିବା ପାଇଁ ସମ୍ପୃକ୍ତ ଠିକାଦାର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ନିବେଦନ କରୁଥିଲେ। ହେଲେ ସେଠାରେ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଲେ ବିଲ୍ ପାସ୍ କରାଯିବ ବୋଲି କହିଥିଲେ।

ଏହାପରେ ଅଭିଯୋଗକାରୀ ଠିକାଦାର କଟକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ନିଜର ସରକାରୀ ବାସଭବନରେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଘଟଣାସ୍ଥଳରୁ ତାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ ହୋଇଛି। ଏହି ମାମଲାରେ ବାଉରୀବନ୍ଧୁ ଙ୍କର ବଡମ୍ବା ବ୍ଲକ୍ ଏବଂ କଟକ ବାଲିକୁଦା ବାସଭବନରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Tags: