ସରକାରୀ ମଦ ଦୋକାନରେ ଅବକାରୀ ଚଢ଼ାଉ
ଭୁବନେଶ୍ୱର : ସରକାରୀ ମଦ ଦୋକାନରେ ନକଲି ମଦ । ଅଭିଯୋଗ ପାଇବା ପରେ ଅବକାରୀ ବିଭାଗରୁ ଚଢ଼ାଉ କରାଯଇଛି । ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ସ୍ଥିତ ଏକ ବିଦେଶୀ ଠିପି ଖୋଲା ମଦ ଦୋକାନ ଉପରେ ଅବକାରୀ ବିଭାଗର ଚଢ଼ାଉ କରିଛି । ଏହି ମଦ ଦୋକାନରେ ଅସଲି ବ୍ରାଣ୍ଡ ନାମରେ ନକଲି ମଦ ବିକ୍ରୀ ହେଉଥିଲା। ଖବର ପାଇ ଭୁବନେଶ୍ୱର ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ପକ୍ଷରୁ ଚଢ଼ାଉ ପରେ ବିପୁଳ ପରିମାଣର ନକଲି ମଦ […]
ଭୁବନେଶ୍ୱର : ସରକାରୀ ମଦ ଦୋକାନରେ ନକଲି ମଦ । ଅଭିଯୋଗ ପାଇବା ପରେ ଅବକାରୀ ବିଭାଗରୁ ଚଢ଼ାଉ କରାଯଇଛି । ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ସ୍ଥିତ ଏକ ବିଦେଶୀ ଠିପି ଖୋଲା ମଦ ଦୋକାନ ଉପରେ ଅବକାରୀ ବିଭାଗର ଚଢ଼ାଉ କରିଛି । ଏହି ମଦ ଦୋକାନରେ ଅସଲି ବ୍ରାଣ୍ଡ ନାମରେ ନକଲି ମଦ ବିକ୍ରୀ ହେଉଥିଲା। ଖବର ପାଇ ଭୁବନେଶ୍ୱର ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ପକ୍ଷରୁ ଚଢ଼ାଉ ପରେ ବିପୁଳ ପରିମାଣର ନକଲି ମଦ ଜବତ ହୋଇଛି । ଏଠାରେ ଅସଲି ବ୍ରାଣ୍ଡ୍ ନାଁରେ ନକଲି ମଦ ବିକ୍ରି ସହ ମଦରେ ପାଣି ଭର୍ତ୍ତି କରି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ ଗ୍ରାହକ ମଦ ପିଇ ସାରି ଯେଉଁ ବୋତଲ ଫିଙ୍ଗି ଦେଉଛନ୍ତି। ସେହି ବୋତଲ କୁ ସଂଗ୍ରହ କରି ଆଣି ସେଥିରେ ମଦ ସହ ପାଣି ମିଶାଇ ସିଲ୍ କରାଯାଉଛି। ଯାହାକୁ ଗ୍ରାହକ ମାନେ କିଣି ନେଉଥିଲେ ହେଲେ କେହି ଏହାର ଟେର୍ ପାଉନଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ସରକାରୀ ଲାଇସେନ୍ସ ପ୍ରାପ୍ତ ଏହି ଦୋକାନରେ ଚଢାଉ କରିଥିଲେ। ଏହି ସମୟରେ ଉକ୍ତ ଦୋକାନରୁ ୪୦ ଲକ୍ଷ ଟଙ୍କାର ପୁଳାପୁଳା ନକଲି ମଦ ବୋତଲ ଜବତ କରିଛି। ଏହି ମଦ ଦୋକାନର ଲାଇସେନ୍ସଧାରୀ ଝାଡ଼ଖଣ୍ଡର ହୋଇଥିବା କହିଛନ୍ତି ଅବକାରୀ ଅଧିକାରୀ । ଚିକିଟିରେ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଅନେକ ଲୋକ ପ୍ରାଣ ହରାଇବା ପରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।




