ବଡ଼ ଭାଇକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ସାନଭାଇ

ଆଠଗଡ଼ : ସମ୍ପତି ଲୋଭରେ ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନ ଭାଇ I ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମରେ I ସୋମବାର ରାତିରେ କୌଣସି କାରଣକୁ ନେଇ ଗ୍ରାମର ୨ ଭାଇ ନରେନ୍ଦ୍ର ବିନ୍ଧାଣୀ ଓ ତାଙ୍କ ଭାଇ କର୍ଣ୍ଣ ବିନ୍ଧାଣୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରିବାର ଓ ସାହି ପଡିଶା ଲୋକେ ଏଥିରେ ହସ୍ତକ୍ଷେପ କରି ଉଭୟଙ୍କୁ ଅଲଗା କରିଥିଲେ। ଏହାପରେ ନରେନ୍ଦ୍ର ଖାଇପିଇ […]

Samaya Live Picture
Published On

ଆଠଗଡ଼ : ସମ୍ପତି ଲୋଭରେ ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନ ଭାଇ I ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମରେ I ସୋମବାର ରାତିରେ କୌଣସି କାରଣକୁ ନେଇ ଗ୍ରାମର ୨ ଭାଇ ନରେନ୍ଦ୍ର ବିନ୍ଧାଣୀ ଓ ତାଙ୍କ ଭାଇ କର୍ଣ୍ଣ ବିନ୍ଧାଣୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରିବାର ଓ ସାହି ପଡିଶା ଲୋକେ ଏଥିରେ ହସ୍ତକ୍ଷେପ କରି ଉଭୟଙ୍କୁ ଅଲଗା କରିଥିଲେ। ଏହାପରେ ନରେନ୍ଦ୍ର ଖାଇପିଇ ନିଜ ଖଟିଆ ପକାଇ ଶୋଇଥିଲେ। କିଛି ସମୟ ପରେ ତାଙ୍କ ସ୍ତ୍ରୀ ପାଟି କରି ଅନ୍ୟ ମାନଙ୍କୁ ଡାକିଥିଲେ। ଘରଲୋକେ ଆସି ଦେଖିବା ବେଳକୁ ନରେନ୍ଦ୍ର ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ପାଖରେ ଏକ ଟାଙ୍ଗିଆ ପଡିଥିଲା ଏବଂ କର୍ଣ୍ଣ ଘଟଣା ସ୍ଥଳରୁ ଧାଇଁ ପଳାଉଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ନରେନ୍ଦ୍ରଙ୍କୁ ଫିରିଙ୍ଗିଆ ଡାକ୍ତରଖାନାକୁ ନିଆ ଯାଇଥିଲା। ତେବେ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ। ମୃତକଙ୍କ ପୁଅ ଅକ୍ଷୟ ଏ ନେଇ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି। କକା କର୍ଣ୍ଣ ବିନ୍ଧାଣୀ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅକ୍ଷୟ। ଫିରିଙ୍ଗିଆ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

Tags: