ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ଭିତର ବେଢାର ଦୃଶ୍ୟ ୟୁଟ୍ୟୁବରେ କଲେ ଭାଇରାଲ

ପୁରୀ: ପୁଣି ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ ୟୁଟ୍ୟୁବରେ ହେଲା ଭାଇରାଲ I ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ ଉଡୁଥିବା ର ଭିଡିଓ ୟୁଟ୍ୟୁବରେ ଅପଲୋଡ଼ ହୋଇଛି । ସେଥିରେ ଦେଖା ଯାଉଛି ଶ୍ରୀମନ୍ଦିର ନୀଳଚକ୍ରରେ ବାନା କିପରି ବନ୍ଧା ଯାଉଛି। ରୋଷ ଘର, କୋଇଲି ବୈକୁଣ୍ଠ, ଆନନ୍ଦ ବଜାର, ଭକ୍ତଙ୍କ ଗହଳି ସବୁ ଦେଖାଯାଉଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପୁଣି ଥରେ ଉଠିଛି । ତେବେ ଏହି ଭିଡିଓ କେବେ ଅପଲୋଡ଼ କରାଯାଇଛି […]

Samaya Live Picture
Published On

ପୁରୀ: ପୁଣି ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ ୟୁଟ୍ୟୁବରେ ହେଲା ଭାଇରାଲ I ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ ଉଡୁଥିବା ର ଭିଡିଓ ୟୁଟ୍ୟୁବରେ ଅପଲୋଡ଼ ହୋଇଛି । ସେଥିରେ ଦେଖା ଯାଉଛି ଶ୍ରୀମନ୍ଦିର ନୀଳଚକ୍ରରେ ବାନା କିପରି ବନ୍ଧା ଯାଉଛି। ରୋଷ ଘର, କୋଇଲି ବୈକୁଣ୍ଠ, ଆନନ୍ଦ ବଜାର, ଭକ୍ତଙ୍କ ଗହଳି ସବୁ ଦେଖାଯାଉଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପୁଣି ଥରେ ଉଠିଛି । ତେବେ ଏହି ଭିଡିଓ କେବେ ଅପଲୋଡ଼ କରାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ୟୁନିଫାଏଡ ଅନିମେଶ ନାମକ ବ୍ୟକ୍ତି ଏହି ଭିଡିଓଟି ୟୁଟ୍ୟୁବରେ ଅପଲୋଡ଼ କରିଥିବା ଜଣା ପଡିଛି । ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଡ୍ରୋନ୍ ଭିଡିଓକୁ ଲକ୍ଷାଧିକ ଲୋକ ଡାଉନ୍ ଲୋଡ୍ କରିଥିବା ବେଳେ ବହୁ ଲୋକ ସେୟାର କରିବାରେ ଲାଗିଛନ୍ତି।

ଏହି ଭିଡିଓ ସମେତ ସିଂହଦ୍ୱାର ଓ ଶ୍ରୀମନ୍ଦିରର ଅନ୍ୟାନ୍ୟ ଭିଡିଓ ସହ ଅନେକ ଭିଡିଓ ଏଥିରେ ରହିଥିବା ଜଣାପଡିଛି । ତେବେ ଏହି ଭିଡିଓଟି ଏବେକାର ବୋଲି ଜଣାପଡିଥିବା ବେଳେ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ପରୀକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଦର୍ଶାଯାଇଛି I

ଏଭଳି ଭିଡିଓ ଶ୍ରୀମନ୍ଦିରର ଆଭ୍ୟନ୍ତରଣ ସୁରକ୍ଷାକୁ ନେଇ ଗୋଟେ ବଡ଼ ବିପତ୍ତି ଆଣିପାରେ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । କିଛିଦିନ ତଳେ ଶ୍ରୀମନ୍ଦିର ରତ୍ନ ସିଂହାସନ ଫଟୋ ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ଅପଲୋଡ କରିଥିବା ଜଣେ ବାଂଲାଦେଶୀଙ୍କୁ ପୁଲିସ ଗିରଫ କରିଥିଲା। ଏହି ଆଲୋଚନା ଥମି ନ ଥିବା ବେଳେ ଏବେ ଶ୍ରୀମନ୍ଦିର ଅତି ନିକଟରୁ ଡ୍ରୋନ୍ ଭିଡିଓ ନିଆଯାଇ ସୋଶାଲ ମିଡିଆରେ ଭାଇରାଲ କରାଯାଇଛି। ତେବେ ଏହି ଭିଡିଓ ବର୍ତ୍ତମାନ ୟୁଟ୍ୟୁବରେ ଘୁରି ବୁଲୁଥିବା ବେଳେ ଭିଡିଓର ପ୍ରାରମ୍ଭରୁ ଓଡିଶା ପୋଲିସକୁ ସ୍ୱତନ୍ତ୍ର ଧନ୍ୟବାଦ ଜ୍ଞାପନ କରାଯାଇଥିବା ଦେଖିବକୁ ମିଳିଛି ଯାହା ସନ୍ଦେହ ସୃଷ୍ଟି କରିଛି ।

ଏହି ମାମଲାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ କେଉଁ ପରିସ୍ଥିତିରେ ଓ କେବେ ଡ୍ରୋନ ମାଧ୍ୟମରେ ଭିଡ଼ିଓ ଉତ୍ତୋଳନ ହୋଇଛି ସେନେଇ ପୁରୀ ପୁଲିସ ତଦନ୍ତ ଆରମ୍ଭ କରିଛି ।

Tags: