ଫେବୃଆରୀ ୧ ରୁ ଆନ୍ଦୋଳକୁ ଓହ୍ଲାଇବେ ଡାକ୍ତର
ଭୁବନେଶ୍ୱର : ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଡାକ୍ତର I ଏନେଇ ଓମ୍ସା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିବା ବେଳେ ଫେବ୍ରୁଆରୀ ୧ରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସିଧାସିଧା କୁହାଯାଇଛି । କେନ୍ଦ୍ରୀୟ ହାରରେ ଦରମା ଓ ଅବସର ବୟସ ବୃଦ୍ଧି ଭଳି କିଛି ଦାବି ଡାକ୍ତର ମାନେ ସରକାରଙ୍କ ନିକଟରେ ରଖିଛନ୍ତି । ଏହା ଛଡା ୨୦୨୧ରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଥିବା ଅଭିଯୋଗ ରହିଛି […]
ଭୁବନେଶ୍ୱର : ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଡାକ୍ତର I ଏନେଇ ଓମ୍ସା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିବା ବେଳେ ଫେବ୍ରୁଆରୀ ୧ରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସିଧାସିଧା କୁହାଯାଇଛି । କେନ୍ଦ୍ରୀୟ ହାରରେ ଦରମା ଓ ଅବସର ବୟସ ବୃଦ୍ଧି ଭଳି କିଛି ଦାବି ଡାକ୍ତର ମାନେ ସରକାରଙ୍କ ନିକଟରେ ରଖିଛନ୍ତି । ଏହା ଛଡା ୨୦୨୧ରେ ପ୍ରମୋଶନ ବ୍ୟବସ୍ଥା କରି ଠକି ଦେଇଥିବା ଅଭିଯୋଗ ରହିଛି । ତା ସହିତ ଓଏମଏଚଏସ କ୍ୟାଡର ଡାକ୍ତରଙ୍କ ପୁନଃର୍ବିନ୍ୟାସ ଦାବି ରହିଛି । ସେହିପରି ବାଧ୍ୟତାମୂଳକ କେବିକେ ଅଞ୍ଚଳରେ କାର୍ଯ୍ୟର ନିୟମାବଳୀକୁ ଉଚ୍ଛେଦ ଦାବି କରିବା ସହ ଆଡହକ୍ ଡାକ୍ତରଙ୍କୁ ସ୍ଥାୟୀ କରିବା ଭଳି ଏକାଧିକ ଦାବି ରଖିଛି ଓମ୍ସା ।




