ଚିକିତ୍ସା ବାହାନାରେ ଆସି ଡାକ୍ତରଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଛି ଏକ ଅଭାବନୀୟ ଘଟଣା । ଚିକିତ୍ସା ବାହାନାରେ ଆସି ଡାକ୍ତରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୁତ୍ତ। ଦିଲ୍ଲୀର କାଳନ୍ଦୀକୁଞ୍ଜ ଅଞ୍ଚଳରେ ଥିବା ନୀମା ହସ୍ପିଟାଲରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଡାକ୍ତରଙ୍କ ନାମ ଜାଭେଦ ଅଖତର । ଗୁଳିମାଡ଼ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ଅଭିଯୁକ୍ତଦ୍ବୟ ନାବାଳକ ବୋଲି ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି […]
ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଛି ଏକ ଅଭାବନୀୟ ଘଟଣା । ଚିକିତ୍ସା ବାହାନାରେ ଆସି ଡାକ୍ତରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୁତ୍ତ। ଦିଲ୍ଲୀର କାଳନ୍ଦୀକୁଞ୍ଜ ଅଞ୍ଚଳରେ ଥିବା ନୀମା ହସ୍ପିଟାଲରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଡାକ୍ତରଙ୍କ ନାମ ଜାଭେଦ ଅଖତର । ଗୁଳିମାଡ଼ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ଅଭିଯୁକ୍ତଦ୍ବୟ ନାବାଳକ ବୋଲି ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି ।
ଘଟନାନୁସାରେ , ବୁଧୁବାର ରାତିରେ ନିମା ହସ୍ପିଟାଲକୁ ୧୬/୧୭ ବର୍ଷ ବୟସର ୨ ଜଣ ନାବାଳକ ଚିକିତ୍ସା ପାଇଁ ଆସିଥିଲେ । ଆଙ୍ଗୁଠିରେ କ୍ଷତ ହୋଇଥିବାବେଳେ ସେ ଡ୍ରେସିଂ କରିଥିଲେ । ଆଉ ଡାକ୍ତର ଜାଭେଦଙ୍କ ପରାମର୍ଶ କରିବା ପାଇଁ ଯାଇଥିଲେ । ଏହି ସମୟରେ କ୍ୟାବିନ୍ ଭିତରୁ ଗୁଳି ଶବ୍ଦ ଶୁଭିଥିଲା । ମେଡିକାଲ କର୍ମଚାରୀମାନେ ଭିତରକୁ ଯାଇ ଦେଖିବା ବେଳକୁ ଡାକ୍ତରଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଛି । ଚିକିତ୍ସିତ କରାଯାଇଥିଲା କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସିସିଟିଭି ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାର୍ତ୍ତାବରଣ ସୃଷ୍ଟି ହୋଇଛି ।




