ପିଶାଚୀ ମା’ ଦେଢ଼ ମାସ ପିଲାକୁ ପାଣିରେ ଫିଙ୍ଗି ହତ୍ୟା
ମୟୁରଭଞ୍ଜ : ଅଭାବନୀୟ ଘଟଣା ! ମା’ପାଲଟିଲା ପିଶାଚୀ I ଦେଢ଼ ମାସର ଛୁଆକୁ ପାଣିରେ ଫିଙ୍ଗି ହତ୍ୟା କଲା ଜନ୍ମଦାତ୍ରୀ ମା’ I ଏହାପରେ ପିଲା ହଜି ଯାଇଥିବା କହି ଘରେ ନାଟକ କରିବାକୁ ବି ପଛାଇଲା ନାହିଁ I ମାତ୍ର ଏହି ଘଟଣାକୁ ସ୍ୱାମୀ ବିଶ୍ୱାସ ନକରି ଖୋଳତାଡ଼ କରିବାରୁ ଶେଷରେ ସବୁ ସତ ଓଗାଳିଛି I ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନ ବାଙ୍କୀଡ଼ିହି ଗ୍ରାମରେ […]
ମୟୁରଭଞ୍ଜ : ଅଭାବନୀୟ ଘଟଣା ! ମା’ପାଲଟିଲା ପିଶାଚୀ I ଦେଢ଼ ମାସର ଛୁଆକୁ ପାଣିରେ ଫିଙ୍ଗି ହତ୍ୟା କଲା ଜନ୍ମଦାତ୍ରୀ ମା’ I ଏହାପରେ ପିଲା ହଜି ଯାଇଥିବା କହି ଘରେ ନାଟକ କରିବାକୁ ବି ପଛାଇଲା ନାହିଁ I ମାତ୍ର ଏହି ଘଟଣାକୁ ସ୍ୱାମୀ ବିଶ୍ୱାସ ନକରି ଖୋଳତାଡ଼ କରିବାରୁ ଶେଷରେ ସବୁ ସତ ଓଗାଳିଛି I ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନ ବାଙ୍କୀଡ଼ିହି ଗ୍ରାମରେ I ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି I ପୋଲିସ ଅଭିଯୁକ୍ତ ମାକୁ ଅଟକ ରଖିଛି।
ସୂଚନାନୁସାରେ,ବାଙ୍କୀଡ଼ିହି ଗ୍ରାମର ସାଲାଇ ନାଏକ ଏବଂ ତାଙ୍କ ଦ୍ୱିତୀୟ ସ୍ତ୍ରୀ ପ୍ରଭାତୀ ନାଏକ ମଧ୍ୟରେ ବିଭିନ୍ନ କାରଣ ପାଇଁ ପାରିବାରିକ କଳହ ଲାଗି ରହିଥିଲା। ଗତ କାଲି ସାପ୍ତାହିକ ହାଟ ଅଶନାକୁ ସାଲାଇ ଯାଇଥିବା ବେଳେ ତାର ପ୍ରଥମ ସ୍ତ୍ରୀ ସକାଳୁ ବିଲ କାମ କରିବାକୁ ଯାଇଥିଲା । ସ୍ୱାମୀ ଓ ସୌତୁଣୀର ଅନୁପସ୍ଥିତି ର ସୁଯୋଗ ନେଇ ନିଜ ଜନ୍ମ କଲା ଶିଶୁପୁତ୍ର କୁ ଧରି ଘରୁ ବାହାରି ଯାଇଥିଲା । ଏହାପରେ ସ୍ୱାମୀ ହାଟରୁ ଆସି ପୁଅ କଥା ପଚାରିବାରୁ ପ୍ରଭାତୀ ପୁଅକୁ ବାପ ଘରେ ଛାଡି ଆସିଥିବା କଥା କହିଥିଲା I ସାଲାଇ ଶ୍ୱଶୁର ଘରକୁ ଯାଇ ପୁଅ କାହିଁ ବୋଲି ପଚାରିବାରୁ,ସେମାନେ କହିଥିଲେ କି ,ପ୍ରଭାତୀ ଏକୁଟିଆ ଆସିଥିଲା I ଏହି କଥାରେ ସାଲାଇ ର ପ୍ରଭାତୀ ଉପରେ ସନ୍ଦେହ ହେବାରୁ ତାକୁ ଜେରା କରିଥିଲା I ତେବେ ସେ ପୁଅ ହଜିଯାଇଥିବା କହିଥିଲା । ଏନେଇ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ। ଏହି ଘଟଣାପରେ ପରିବାର ଲୋକେ ବିଶୋଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପ୍ରଭାତୀ ନାଏକକୁ ପଚରାଉଚୁରା କରିଥିଲା ପୋଲିସ । ପାର୍ବତୀକୁ ତାଗିଦ କଲା ପରେ ସେ ନିଜ ପୁତ୍ରକୁ ଗ୍ରାମ ସନ୍ନିକଟ କେନାଲ ପାଣିରେ ପକାଇ ଦେଇଥିବା ସ୍ୱୀକାର କରିବା ସହିତ ଭସାଇ ଥିବା ସ୍ଥାନକୁ ଦେଖାଇ ଥିଲା। ପରେ ଘଟଣା ସ୍ଥଳରେ ବିଶୋଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତ ଶିଶୁ ପୁତ୍ରକୁକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟକୁ ପଠେଇଥିଲେ। ।
ଆଜି ସକାଳେ କେନାଲ ପାଣିରେ ଜଣେ ଶିଶୁକୁ ଭାସମାନ ଅବସ୍ଥାରେ ଗ୍ରାମବାସୀ ଦେଖି ସାଲାଇକୁ ଖବର ଦେଇଥିଲେ I ସାଲାଇ ପୋଲିସ ଉପସ୍ଥିତିରେ ଶିଶୁପୁତ୍ର ରାଜେଶକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟ କୁ ପଠାଇ ଥିଲେ I ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିବା ସହିତ ଶବ ବ୍ୟବଚ୍ଛେଦ କରାଇଛନ୍ତି I ଏହାପରେ ହତ୍ୟାକାରୀ ମା’ ପ୍ରଭାତିକୁ ଥାନାକୁ ଆଣି କେଶ ନଂ ୧୭୧/୨୩ରେ ଏକ ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ ଚାଲୁ ରଖିଛି ପୋଲିସ।ଅଭିଯୁକ୍ତା ପାର୍ବତୀକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ଆଇ.ଓ ଶ୍ରୀଯୁକ୍ତ ମଲ୍ଲିକ I ତେବେ ଏହି ଘଟଣାରେ କଣ ପାଇଁ ନିଜ ଜନ୍ମ କଲା ଶିଶୁପୁତ୍ରକୁ ପ୍ରଭାତୀ ହତ୍ୟା କଲା ତାହା ସଠିକ୍ ଜଣା ପଡ଼ିନାହିଁ।




