ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣା,ଆସିଲା ବ୍ୟବଛେଦ ରିପୋର୍ଟ
କଟକ : ନୂଆବର୍ଷ ଦିନ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ ଦେହ ତାଙ୍କ ଭଡ଼ାଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା I ଏହି ଘଟଣା ତଦନ୍ତ ପରିସର ଭୁକ୍ତ ଥିବାବେଳେ, ତାଙ୍କର ଭିସେରା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି I ଭିସେରା ରିପୋର୍ଟରେ,ନିଶା ଔଷଧ ତଥା ବିଷକ୍ରିୟା ଜନିତ ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ ରହିଛି । ରିପୋର୍ଟ ଆସିବା ପରେ,ତାଙ୍କ ଝିଅକୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ଯୋଡ଼ା ଥାନାରେ ତିନି […]
କଟକ : ନୂଆବର୍ଷ ଦିନ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ ଦେହ ତାଙ୍କ ଭଡ଼ାଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା I ଏହି ଘଟଣା ତଦନ୍ତ ପରିସର ଭୁକ୍ତ ଥିବାବେଳେ, ତାଙ୍କର ଭିସେରା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି I ଭିସେରା ରିପୋର୍ଟରେ,ନିଶା ଔଷଧ ତଥା ବିଷକ୍ରିୟା ଜନିତ ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ ରହିଛି ।
ରିପୋର୍ଟ ଆସିବା ପରେ,ତାଙ୍କ ଝିଅକୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ଯୋଡ଼ା ଥାନାରେ ତିନି ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା ।ଏଥିରେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀଙ୍କ ସହ ଦୁଇ ସହଯୋଗୀ ଡାକ୍ତରଙ୍କ ସମ୍ପୃକ୍ତ ଥିବା ନେଇ ଥାନାରେ ଏତଲା ଦେଇଛନ୍ତି ତାଙ୍କ ବାପା ଇ କାରଣ ଶୁଭଶ୍ରୀ ଓ ଦିବ୍ୟରଞ୍ଜନ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା I ମାତ୍ର ସମ୍ପର୍କ ନିବିଡ଼ ହେବା ପରେ ଶୁଭଶ୍ରୀଙ୍କୁ ବିବାହ କରିବାକୁ ମନ କରିଦେଇଥିଲେ ଦିବ୍ୟ ରଞ୍ଜନ I ଏ ନେଇ ଗତ ଡିସେମ୍ବର ୨୦ ତାରିଖରେ ଯୋଡ଼ା ଥାନାରେ ଏତଲା ଦେଇଥିଲେ ଶୁଭଶ୍ରୀ I ବଡ଼ବିଲ୍ ଜେଏମ୍ଏଫସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇଥିଲା।
ସେପଟେ ମାମଲାରୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିବ୍ୟରଞ୍ଜନ । ତାଙ୍କ ନାଁ ରେ ହୋଇଥିବା ମାମଲାକୁ ଖାରଜ ଓ ତାଙ୍କୁ ଜାମିନ୍ ପ୍ରଦାନ କରିବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ, କେନ୍ଦୁଝର ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଥିଲେ ଶୁଭଶ୍ରୀ କର I ଡିସେମ୍ବର ୩୧ ତାରିଖ ରାତିରେ ଶୁଭଶ୍ରୀ ନିଜ ସହକର୍ମୀଙ୍କ ସହ ଜିରୋ ନାଇଟ୍ ସେଲିବ୍ରେସନ କରିଥିଲେ । ଘରେ ନିଜ ହାତରେ ରାନ୍ଧି ବନ୍ଧୁ ମାନଙ୍କୁ ଖୁଆଇଥିଲେ I ଏହାପରେ ରାତି ଦେଢ଼ଟା ବେଳେ ଶୋଇବାକୁ ଯାଇଥିଲେ I କିନ୍ତୁ ସକାଳେ ଆଉ ଉଠି ନଥିଲେ ଶୁଭଶ୍ରୀ I




