ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦେଉଳଡିହା ପୋଖରୀରୁ ଉଦ୍ଧାର ହେଲା ମୃତ ଦେହ l କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦେଉଳଡିହା ପୋଖରୀରେ ବୁଡି ଜଣେ ଯୁବକଙ୍କୁ ମୃତ ହୋଇଛି l ସୂଚନାନୁସାରେ, ଦେଉଳଡିହା ଗ୍ରାମର ପ୍ରସନ୍ନ ପାତ୍ରଙ୍କର ପୁଅ ସୁବାସ ପାତ୍ର ଗ୍ରାମର କୁଣ୍ଢେଇ ବନ୍ଧକୁ ଆଜି ପୂର୍ବାହ୍ନରେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ କୌଣସି କାରଣରୁ ତାଙ୍କର ଗୋଡ଼ ଖସିଯିବାରୁ ସେ ବୁଡିଯାଇଥିଲେ। ବହୁ ଖୋଜ ଖୋଜି ପରେ ତାଙ୍କୁ […]

Samaya Live Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦେଉଳଡିହା ପୋଖରୀରୁ ଉଦ୍ଧାର ହେଲା ମୃତ ଦେହ l କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦେଉଳଡିହା ପୋଖରୀରେ ବୁଡି ଜଣେ ଯୁବକଙ୍କୁ ମୃତ ହୋଇଛି l
ସୂଚନାନୁସାରେ, ଦେଉଳଡିହା ଗ୍ରାମର ପ୍ରସନ୍ନ ପାତ୍ରଙ୍କର ପୁଅ ସୁବାସ ପାତ୍ର ଗ୍ରାମର କୁଣ୍ଢେଇ ବନ୍ଧକୁ ଆଜି ପୂର୍ବାହ୍ନରେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ କୌଣସି କାରଣରୁ ତାଙ୍କର ଗୋଡ଼ ଖସିଯିବାରୁ ସେ ବୁଡିଯାଇଥିଲେ। ବହୁ ଖୋଜ ଖୋଜି ପରେ ତାଙ୍କୁ ପାଇନଥିଲେ l ପରେ କିଛି ସମୟପରେ ତାଙ୍କର ମୃତଦେହ ପୋଖରୀରେ ଭାସିବାରୁ ଲୋକେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଉଭୟ ବିଭାଗ ସେଠାରେ ପହଁଚି ମୃତ ଦେହ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟାଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Tags: