ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତ ଦେହ

କାମାକ୍ଷାନଗର : କାଜୁ ଜଙ୍ଗଲରୁ ମିଳିଲା ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ I ଗତ କାଲି ରାତିରେ ଯାତ୍ରା ଦେଖିବାକୁ ଆଉ ଘରକୁ ଫେରି ନଥିଲେ I ମୃତ ଯୁବକ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ ଗାଁ ଗ୍ରାମର ମନୋଜ ବିଶ୍ୱାଳ। ମନୋଜଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ I ଆଜି ସକାଳେ ଗାଁ ପାଖ ଖୁକୁଣ୍ଡି ଗୋଠ କାଜୁ ଜଙ୍ଗଲରୁ ମନୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା […]

Samaya Live Picture
Published On

କାମାକ୍ଷାନଗର : କାଜୁ ଜଙ୍ଗଲରୁ ମିଳିଲା ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ I ଗତ କାଲି ରାତିରେ ଯାତ୍ରା ଦେଖିବାକୁ ଆଉ ଘରକୁ ଫେରି ନଥିଲେ I ମୃତ ଯୁବକ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ ଗାଁ ଗ୍ରାମର ମନୋଜ ବିଶ୍ୱାଳ। ମନୋଜଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ I ଆଜି ସକାଳେ ଗାଁ ପାଖ ଖୁକୁଣ୍ଡି ଗୋଠ କାଜୁ ଜଙ୍ଗଲରୁ ମନୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ ମନୋଜ ଗତ କାଲି ସନ୍ଧ୍ୟାରେ ନିଜ ବାଇକରେ ଅଁଳାକଟା ଗାଁ କୁ ଯାତ୍ରା ଦେଖି ଯାଇଥିଲେ I ଆଜି ସକାଳେ ତାଙ୍କ କ୍ଷତ ବିକ୍ଷତ ମୃତ ଦେହ ଗାଁ ପାଖ ମାଳି ଘର କାଜୁ ବଗିଚାରେ ପଡ଼ି ଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ। ଗାଁ ଲୋକ ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ବେଳେ, ପ୍ରେମଜନିତ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Tags: