ସନ୍ଦେହ ଜନକ ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଘଟଗାଁ : ଆଜି ସକାଳେ ମୁଷଳ ନଦୀ କୂଳ କିଆବୁଦା ମୂଳରୁ ସନ୍ଦେହ ଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି I ହରିଚନ୍ଦନ ପୁର ବାଇପାସ ରାସ୍ତାରେ ମୁଷଳ ନଦୀଠାରୁ ୧୦୦ ମିଟର ଦୂରରେ ଏହି ମୃତ ଦେହ ଠାବ ହୋଇଥିଲା I ପ୍ରଥମେ ଗାଈ ଚାରାଳୀ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ I ଏହାପରେ ହରିଚନ୍ଦନପୁର ଥାନାଧିକାରୀ ସନ୍ତୋଷ ଵାଲା,ଘଟଗାଁ ଏସ୍ଡ଼ିପିଓ ଆଲୋକ ଜେନା ଏବଂ କେନ୍ଦୁଝର ସାଇଣ୍ଟିଫିକ ପହଂଚି ଘଟଣାର ତଦନ୍ତ […]

Samaya Live Picture
Published On

ଘଟଗାଁ : ଆଜି ସକାଳେ ମୁଷଳ ନଦୀ କୂଳ କିଆବୁଦା ମୂଳରୁ ସନ୍ଦେହ ଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି I ହରିଚନ୍ଦନ ପୁର ବାଇପାସ ରାସ୍ତାରେ ମୁଷଳ ନଦୀଠାରୁ ୧୦୦ ମିଟର ଦୂରରେ ଏହି ମୃତ ଦେହ ଠାବ ହୋଇଥିଲା I ପ୍ରଥମେ ଗାଈ ଚାରାଳୀ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ I ଏହାପରେ ହରିଚନ୍ଦନପୁର ଥାନାଧିକାରୀ ସନ୍ତୋଷ ଵାଲା,ଘଟଗାଁ ଏସ୍ଡ଼ିପିଓ ଆଲୋକ ଜେନା ଏବଂ କେନ୍ଦୁଝର ସାଇଣ୍ଟିଫିକ ପହଂଚି ଘଟଣାର ତଦନ୍ତ କରୁଛନ୍ତି I ତେବେ ପାରି ପାର୍ଶ୍ଵିକ ଅବସ୍ଥାରୁ ଏହା ଏକ ଦୁଷ୍କର୍ମ ଜନିତ ହତ୍ୟା କାଣ୍ଡ ବୋଲି ଜଣା ପଡୁଥିଲେ ମଧ୍ୟ ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି I

Tags: