କାଠଯୋଡ଼ି ନଦୀ ପଠାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର
କଟକ : ୫ ଦିନ ଧରି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର I କଟକ ଜିଲ୍ଲା ଗୋପାଳପୁର ନିକଟ କାଠଯୋଡ଼ି ପୋଲ ତଳୁ ମିଳିଛି ଛାତ୍ରଙ୍କ ମୃତଦେହ I ମୃତଦେହ ନିକଟରେ ଛାତ୍ରଙ୍କ ସାଇକେଲ,ଚପଲ ବି ମିଳିଛି I ଛାତ୍ରଙ୍କ ଘର କଟକ କଲ୍ୟାଣନଗରରେ ହୋଇଥିବା ବେଳେ ସେ ଦରଘାପାଟଣାର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ I ଘଟନାନୁସାରେ,ଗତ ୫ ଦିନ ଧରି ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ର ସାହିଲ ଜେନା I […]
କଟକ : ୫ ଦିନ ଧରି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର I କଟକ ଜିଲ୍ଲା ଗୋପାଳପୁର ନିକଟ କାଠଯୋଡ଼ି ପୋଲ ତଳୁ ମିଳିଛି ଛାତ୍ରଙ୍କ ମୃତଦେହ I ମୃତଦେହ ନିକଟରେ ଛାତ୍ରଙ୍କ ସାଇକେଲ,ଚପଲ ବି ମିଳିଛି I ଛାତ୍ରଙ୍କ ଘର କଟକ କଲ୍ୟାଣନଗରରେ ହୋଇଥିବା ବେଳେ ସେ ଦରଘାପାଟଣାର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ I
ଘଟନାନୁସାରେ,ଗତ ୫ ଦିନ ଧରି ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ର ସାହିଲ ଜେନା I ସେ ଦରଘାପାଟଣାର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ I ଏନେଇ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ନିଖୋଜ ଛାତ୍ରଙ୍କ ଠାବ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା I କିନ୍ତୁ ଏହାପରେ ବି ଛାତ୍ରଙ୍କର ପତ୍ତା ମିଳିପାରିନଥିଲା I ଶେଷରେ ଆଜି ଗୋପାଳପୁର ନିକଟ ନଦୀପଠାରେ ଛାତ୍ରଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ I ଘଟଣାସ୍ଥଳରେ ତୁରନ୍ତ ମଧୁପାଟଣା ପୋଲିସ ସହିତ ପରିବାର ଲୋକେ ଆସି ପହଁଚି ମୃତଦେହ ଚିହ୍ନଟ କରିଥିଲେ I ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ଇ ମୃତଦେହଟିରେ ଅନେକ କ୍ଷତଚିହ୍ନ ଥିବାବେଳେ ବର୍ତ୍ତମାନ ଯାଏଁ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ I




