ପ୍ରେମିକା ଘରୁ ପ୍ରେମିକର ମୃତଦେହ ଉଦ୍ଧାର
ଭୁବନେଶ୍ୱର : ପ୍ରେମିକା ଙ୍କ ଘରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର I ଘଟଣା ଘଟିଛି ଭୁବନେଶ୍ୱର ଶିଶୁପାଳଗଡ଼ ଅଂଚଳରେ I ପ୍ରେମିକ ଜଣକ ହେଉଛନ୍ତି ନିମାପଡା ଅଞ୍ଚଳର ପୁପୁନି ସ୍ୱାଇଁ I ସେ ଭୁବନେଶ୍ୱରରେ ରହି ପାଣିପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ I ଏହି ସମୟରେ ଶିଶୁପାଳଗଡ଼ରେ ସେ ଭଡାରେ ରହୁଥିବା ବେଳେ ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା I ପୁପୁନି ଅନେକ ସମୟରେ ତାଙ୍କ ପ୍ରେମିକାଙ୍କ […]
ଭୁବନେଶ୍ୱର : ପ୍ରେମିକା ଙ୍କ ଘରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର I ଘଟଣା ଘଟିଛି ଭୁବନେଶ୍ୱର ଶିଶୁପାଳଗଡ଼ ଅଂଚଳରେ I ପ୍ରେମିକ ଜଣକ ହେଉଛନ୍ତି ନିମାପଡା ଅଞ୍ଚଳର ପୁପୁନି ସ୍ୱାଇଁ I ସେ ଭୁବନେଶ୍ୱରରେ ରହି ପାଣିପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ I ଏହି ସମୟରେ ଶିଶୁପାଳଗଡ଼ରେ ସେ ଭଡାରେ ରହୁଥିବା ବେଳେ ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା I ପୁପୁନି ଅନେକ ସମୟରେ ତାଙ୍କ ପ୍ରେମିକାଙ୍କ ଘରେ ରହୁଥିଲେ I ଗତକାଲି ମଧ୍ୟ ପୁପୁନି ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିବାବେଳେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା I ଆଜି ସକାଳେ ପୁପୁନିଙ୍କ ମୃତଦେହ ପ୍ରେମିକାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧର ହୋଇଥିଲା ତେବେ ଏହା ହତ୍ୟା ନ ଆତ୍ମହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ I ଘଟଣାସ୍ଥଳରେ ଧଉଳି ପୋଲିସ ପହଁଚି ଶବ ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଜାରି ରଖିଛି I




