ପୂର୍ବତନ ପୁଲିସ୍ କର୍ମଚାରୀଙ୍କ ମୃତଦେହ କାଜୁ ଜଙ୍ଗଲରୁ ଉଦ୍ଧାର

ଖଣ୍ଡପଡା: ପୂର୍ବତନ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର I କାଜୁ ଜଙ୍ଗଲରୁ ନିଖୋଜ ଥିବା ପୋଲିସ କର୍ମଚାରୀ ସୋମନାଥ ପଟନାୟକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି I ନୟାଗଡ ଜିଲ୍ଲା ଖଣ୍ଡପଡା ବନମାଳିପୁରରେ ରହି ଅଭାବନୀୟ ଘଟଣା ଘଟିଛି। ମୃତ ପୋଲିସ କର୍ମଚାରୀଙ୍କ ଘର ନୟାଗଡ ଗୋପାଳ ପ୍ରସାଦ ଗାଁରେ I ସେ ଗତ ୬ ଦିନ ହେବ ନିଖୋଜ ଥିଲେ I ସୋମନାଥ ଗତ ୬ ଦିନ ତଳୁ ଘରୁ କୌଣସି କାମରେ ଯାଇ ଆଉ […]

Samaya Live Picture
Published On

ଖଣ୍ଡପଡା: ପୂର୍ବତନ ପୋଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର I କାଜୁ ଜଙ୍ଗଲରୁ ନିଖୋଜ ଥିବା ପୋଲିସ କର୍ମଚାରୀ ସୋମନାଥ ପଟନାୟକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି I ନୟାଗଡ ଜିଲ୍ଲା ଖଣ୍ଡପଡା ବନମାଳିପୁରରେ ରହି ଅଭାବନୀୟ ଘଟଣା ଘଟିଛି।

ମୃତ ପୋଲିସ କର୍ମଚାରୀଙ୍କ ଘର ନୟାଗଡ ଗୋପାଳ ପ୍ରସାଦ ଗାଁରେ I ସେ ଗତ ୬ ଦିନ ହେବ ନିଖୋଜ ଥିଲେ I ସୋମନାଥ ଗତ ୬ ଦିନ ତଳୁ ଘରୁ କୌଣସି କାମରେ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ। ଏପରିକି ପରିବାର ଲୋଗ ଫତେଗଡ ଥାନାରେ ମଧ୍ୟ ଏତଲା ଦେଇଥିଲେ। ଶେଷରେ ନିଖୋଜ ହେବାର ୬ ଦିନ ପରେ ସୋମନାଥଙ୍କର ମୃତଦେହ କାଜୁ ଜଙ୍ଗଲରୁ ଉଦ୍ଧାର ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ପରିବାର ଲୋକ ସୋମନାଥଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି।

Tags: