ଘର ସାମ୍ନାରେ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଗାଁ ଦାଣ୍ଡରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା I ଆନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି ସକାଳୁ ଗାଁ ଦାଣ୍ଡରୁ ସରପଞ୍ଚ ବିଭୂତି ଗଡନାୟକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ପରିବାର ଲୋକଙ୍କ କହିବା ମୂତାବକ ସୋମବାର ବିଭୂତିଙ୍କର କିଛି ଲୋକଙ୍କ ସହ ନିର୍ବାଚନୀ ଟଙ୍କା ଖର୍ଚ୍ଚକୁ ନେଇ ଯୁକ୍ତିତର୍କ ହୋଇଥିଲା। […]

Samaya Live Picture
Published On

ଅନୁଗୁଳ : ଗାଁ ଦାଣ୍ଡରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା I ଆନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି ସକାଳୁ ଗାଁ ଦାଣ୍ଡରୁ ସରପଞ୍ଚ ବିଭୂତି ଗଡନାୟକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ପରିବାର ଲୋକଙ୍କ କହିବା ମୂତାବକ ସୋମବାର ବିଭୂତିଙ୍କର କିଛି ଲୋକଙ୍କ ସହ ନିର୍ବାଚନୀ ଟଙ୍କା ଖର୍ଚ୍ଚକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା। ହେଲେ ଏହା ପରେ ତାଙ୍କ ମୃତଦେହ ଗାଁ ଦାଣ୍ଡରେ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ତାଙ୍କର ମୁଣ୍ଡ ଓ ଗୋଡ଼ରେ ଖଣ୍ଡିଆଖାବରା ଦାଗ ରହିଛି। ତେଣୁ ବିଭୁତି ଭୂଷଣଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ କିଏ ହତ୍ୟା କଲା ଓ କାହିଁକି ହତ୍ୟା କଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।

Tags: