ପୋଖରୀରୁ ଉଦ୍ଧାର ହେଲା ୨ ବର୍ଷ ଶିଶୁର ମୃତଦେହ

ବାଲେଶ୍ୱର : ଘର ବାରଣ୍ଡାରୁ ନିଖୋଜ ହୋଇଥିବା ୨ବର୍ଷ ଶିଶୁର ମୃତଦେହ ଉଦ୍ଧାର l ଘଟଣା ସ୍ଥଳରେ ବସ୍ତା ପୋଲିସ ପହଂଚି ତଦନ୍ତ କରୁଛି l ସୂଚନାନୁସାରେ, ଘଟଣାଟି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଶୁଡିହା ଗ୍ରାମରେ ଘଟିଛି l ଗତକାଲି ବାରଣ୍ଡାରେ ମୋବାଇଲ ଧରି ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା ଶିଶୁଟି l ପରିବାର ଲୋକଙ୍କ ବହୁ ଖୋଜା ଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା l ପିଲାକୁ କେହି ନେଇ ଯାଇଥିବା […]

Samaya Live Picture
Published On

ବାଲେଶ୍ୱର : ଘର ବାରଣ୍ଡାରୁ ନିଖୋଜ ହୋଇଥିବା ୨ବର୍ଷ ଶିଶୁର ମୃତଦେହ ଉଦ୍ଧାର l ଘଟଣା ସ୍ଥଳରେ ବସ୍ତା ପୋଲିସ ପହଂଚି ତଦନ୍ତ କରୁଛି l
ସୂଚନାନୁସାରେ, ଘଟଣାଟି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଶୁଡିହା ଗ୍ରାମରେ ଘଟିଛି l ଗତକାଲି ବାରଣ୍ଡାରେ ମୋବାଇଲ ଧରି ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା ଶିଶୁଟି l ପରିବାର ଲୋକଙ୍କ ବହୁ ଖୋଜା ଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା l ପିଲାକୁ କେହି ନେଇ ଯାଇଥିବା ସନ୍ଦେହ କରି ପରିବାର ଲୋକେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ମାତ୍ର ଆଜି ସକାଳେ ଗ୍ରମାର ଏକ ପରିତ୍ୟକ୍ତ ପୋଖରୀରେ ଶିଶୁଟିର ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ l ତେବେ ପିଲାଟି ଘର ଠାରୁ ଦେଢ କିଲୋମିଟର ଦୂରରେ ଥିବା ଏହି ପରିତ୍ୟକ୍ତ ପୋଖରୀକୁ ଆସିଲା କେମିତି ତାହା ଏବେ ସନ୍ଦେହ ଘେରରେ ରହିଛି l ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

Tags: