ନାଳରୁ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ନାଳରୁ ଉଦ୍ଧାର ହେଲା ନିଖୋଜ ଛାତ୍ରଙ୍କ ମୃତଦେହ I ମୃତ ଛାତ୍ର ଧର୍ମଶାଳା ଥାନା ଗତ ଦୁଇ ଦିନ ତଳେ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ନାଳରୁ ଉଦ୍ଧାର ହୋଇଛି। ମୃତ ଛାତ୍ର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଭୟପୁର ଗ୍ରାମର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା। ଗୁରୁବାର ରଥିଆ ଗାଁ ନିକଟ ଶଗଡ଼ିଆ ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଗତ ଦୁଇ ଦିନ ଧରି ଘରୁ ନିଖୋଜ […]

Samaya Live Picture
Published On

ଭୁବନେଶ୍ୱର : ନାଳରୁ ଉଦ୍ଧାର ହେଲା ନିଖୋଜ ଛାତ୍ରଙ୍କ ମୃତଦେହ I ମୃତ ଛାତ୍ର ଧର୍ମଶାଳା ଥାନା ଗତ ଦୁଇ ଦିନ ତଳେ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ନାଳରୁ ଉଦ୍ଧାର ହୋଇଛି। ମୃତ ଛାତ୍ର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଭୟପୁର ଗ୍ରାମର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା। ଗୁରୁବାର ରଥିଆ ଗାଁ ନିକଟ ଶଗଡ଼ିଆ ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଗତ ଦୁଇ ଦିନ ଧରି ଘରୁ ନିଖୋଜ ଥିଲେ । ଛାତ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଛାତ୍ର ଜଣଙ୍କ ଧର୍ମଶାଳା ଥାନା କଟପୁର କଲେଜରେ +୨ ର ପ୍ରଥମ ବର୍ଷର ଛାତ୍ର ଥିଲେ ।

ସୂଚନା ଅନୁସାରେ ମଙ୍ଗଳବାରଠୁ ରୁଦ୍ର ନିଖୋଜ ଥିବାବେଳେ ପରିବାର ଲୋକମାନେ ତାଙ୍କୁ ବହୁତ ଖୋଜାଖୋଜି କରି ପାଇନଥିଲେ। ଏନେଇ ପରିବାର ଲୋକ ଧର୍ମଶାଳା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଆଜି ସକାଳେ ରୁଦ୍ରଙ୍କ ମୃତଦେହ ନାଳରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପରିବାର ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି। ପୁଲିସ ମୃତଦେହକୁ ଊର୍ଦ୍ଧ୍ବାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

Tags: