ନିର୍ଦ୍ଦୟୀ ମା’ ନିଜ ୪ ବର୍ଷର ଝିଅକୁ ହତ୍ୟା କରି ଜଙ୍ଗଲରେ ପୋତିଦେଲା
ବାଲିଗୁଡା : କୁହାଯାଏ ଡାହାଣୀ ବି ୭ ଘର ଛାଡି ପ୍ରହାର କରେ I କିନ୍ତୁ ଏଇଠି ନିଜ ଜନ୍ମକଲା ମା’ସାଜିଲା ରାକ୍ଷସୀ I ନିଜ ୪ ବର୍ଷିଆ ଝିଅକୁ ତଣ୍ଟିଚିପି ହତ୍ୟା କରି ଜଙ୍ଗଲରେ ପୋତି ଦେଇଛି I ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଗୁଟିଙ୍ଗିଆ ଅଂଚଳରେ I ସୂଚନା ଅନୁଯାୟୀ ଗୁଟିଙ୍ଗିଆ ଗ୍ରାମ ଶୁଣ୍ଢୀ ସାହିର ପଦ୍ମିନୀ ଦଣ୍ଡିଆ ଗତ ୫ ବର୍ଷ ପୂର୍ବରୁ ରାକେଶ ଦଣ୍ଡିଆକୁ ବିବାହ କରିଥିଲା। ଝିଅଟିଏ […]
ବାଲିଗୁଡା : କୁହାଯାଏ ଡାହାଣୀ ବି ୭ ଘର ଛାଡି ପ୍ରହାର କରେ I କିନ୍ତୁ ଏଇଠି ନିଜ ଜନ୍ମକଲା ମା’ସାଜିଲା ରାକ୍ଷସୀ I ନିଜ ୪ ବର୍ଷିଆ ଝିଅକୁ ତଣ୍ଟିଚିପି ହତ୍ୟା କରି ଜଙ୍ଗଲରେ ପୋତି ଦେଇଛି I ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଗୁଟିଙ୍ଗିଆ ଅଂଚଳରେ I
ସୂଚନା ଅନୁଯାୟୀ ଗୁଟିଙ୍ଗିଆ ଗ୍ରାମ ଶୁଣ୍ଢୀ ସାହିର ପଦ୍ମିନୀ ଦଣ୍ଡିଆ ଗତ ୫ ବର୍ଷ ପୂର୍ବରୁ ରାକେଶ ଦଣ୍ଡିଆକୁ ବିବାହ କରିଥିଲା। ଝିଅଟିଏ ଜନ୍ମ ହେବା ପରେ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା। ସେବେଠାରୁ ଗତ ୪ ବର୍ଷ ହେଲା ପଦ୍ମିନୀ ବାପା ଘରେ ରହୁଥିଲା। ଗତ ଶନିବାର ଦିନ ପଦ୍ମିନୀ ନିଜ ୪ ବର୍ଷର ଝିଅ ସୁରେଖାକୁ ଧରି ନିକଟସ୍ଥ କାଡ୍ରିମୁଣ୍ଡା ଜଙ୍ଗଲକୁ ଯାଇଥିଲା। ସେଠାରେ ଝିଅର ତଣ୍ଟିଚିପି ହତ୍ୟା କରିବା ପରେ ଜଙ୍ଗଲରୁ ଡାଳ ଓ ପତ୍ର ସଂଗ୍ରହ କରି ତା ଉପରେ ଘୋଡ଼ାଇ ମାଟି ମଡାଇଦେଇଥିଲା । କିନ୍ତୁ ଫେରିବାବେଳେ ପଦ୍ମିନୀ ଏକୁଟିଆ ଘରକୁ ଫେରିଥିଲେ I ଏହାଦେଖି ବାପା ବିପିନ ବେହେରା ବାରମ୍ବାର ନାତୁଣୀ କଥା ଝିଅ ପଦ୍ମିନୀଙ୍କୁ ପଚାରି ଥିଲେ କିନ୍ତୁ ପଦ୍ମିନୀ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ନାତୁଣୀ ନିଖୋଜ ହୋଇଥିବା ନେଇ ଅଜା ସାରଙ୍ଗଗଡ଼ ଥାନାରେ ଏତଲା ଦେଇଥିଲେ । ସାରଙ୍ଗଡ଼ ଥାନା ପୋଲିସ ଘଟଣାର ତଦନ୍ତ କରି ଗୁଟିଙ୍ଗିଆ ଜଙ୍ଗଲରୁ ମୃତ ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଥିବା ସାରଙ୍ଗଡ଼ ଥାନା ଅଧିକାରୀ ବଧୂଲିକା ବିଶ୍ୱାଳ ସୂଚନା ଦେଇଛନ୍ତି ।




