ବ୍ରାହ୍ମଣୀ ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର
କେନ୍ଦ୍ରାପଡା : ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ I ଆଜି ଭୋରୁ ଭୋରୁ କେନ୍ଦ୍ରାପଡା ବ୍ଲକ ଘାଗରା ପଞ୍ଚାୟତର ଗଙ୍ଗାଧର ତରାଇ ଶୌଚ ପାଇ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଛି । ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ସହିତ ଅଗ୍ନିଶମ ବାହିନୀ ପହଁଚି ଖୋଜା ଖୋଜି କରୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ପଟ୍ଟା ମିଳିପାରିନାହିଁ I ସେହିପରି ରଜ ସଂକ୍ରାନ୍ତି ଦିନ ମା’ ପୁଅ ଗାଧୋଇବା ପାଇଁ ଯାଇଥିବା […]
କେନ୍ଦ୍ରାପଡା : ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ I ଆଜି ଭୋରୁ ଭୋରୁ କେନ୍ଦ୍ରାପଡା ବ୍ଲକ ଘାଗରା ପଞ୍ଚାୟତର ଗଙ୍ଗାଧର ତରାଇ ଶୌଚ ପାଇ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଛି । ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ସହିତ ଅଗ୍ନିଶମ ବାହିନୀ ପହଁଚି ଖୋଜା ଖୋଜି କରୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ପଟ୍ଟା ମିଳିପାରିନାହିଁ I
ସେହିପରି ରଜ ସଂକ୍ରାନ୍ତି ଦିନ ମା’ ପୁଅ ଗାଧୋଇବା ପାଇଁ ଯାଇଥିବା ସମୟରେ ପୁଅକୁ କୁମ୍ଭୀର ଟାଣି ନେଇଥିବାବେଳେ ଗତ ୨୨ ତାରିଖରେ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ କୁମ୍ଭୀର ନେଇ ଯାଇଥିଲା। ଆଜି ପୁଣି ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି ଇ ଗୋଟିଏ ମାସରେ କୁମ୍ଭୀର ଜନିତ ୩ ଟି ଅପମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଜଣ ଅସନ୍ତୋଷ ଦେଖା ଦେଇଛି I




