ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଫୁଲବାଣୀ : ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ରଜତ କୁମାର ରାୟ । ପୂର୍ବରୁ ଘଟଣାରେ ଗୋଛାପଡ଼ା ଥାନାର ଏଏସଆଇ,ହାବିଲଦାର ନିଲମ୍ବିତ ହୋଇଛନ୍ତି । ଅବହେଳା ପାଇଁ ୩ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଗତ ୨୮ ତାରିଖରେ ଘାଟି ତଳୁ […]

Samaya Live Picture
Published On

ଫୁଲବାଣୀ : ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ରଜତ କୁମାର ରାୟ । ପୂର୍ବରୁ ଘଟଣାରେ ଗୋଛାପଡ଼ା ଥାନାର ଏଏସଆଇ,ହାବିଲଦାର ନିଲମ୍ବିତ ହୋଇଛନ୍ତି । ଅବହେଳା ପାଇଁ ୩ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଗତ ୨୮ ତାରିଖରେ ଘାଟି ତଳୁ ଯୁବକ ଜେଷ୍ଠ ବଣ୍ଡକୀଙ୍କ ମୃତଦେହ ମିଳିଥିଲା । ଏହି ମୃତ୍ୟୁ ଘଟଣାରେ ପୋଲିସ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା

ଜ୍ୟେଷ୍ଠ ବଣ୍ଡକିଙ୍କ ମୃତ୍ୟୁ ଘଟଣାରେ ଏସ୍‌ପି ପାତ୍ର ମଙ୍ଗଳବାର ଗୋଛାପଡ଼ା ଯାଇ ଘଟଣାର ଅଧିକ ତଦନ୍ତ କରିଛନ୍ତି । ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଅତିରିକ୍ତ ଏସ୍‌ପି ଦୀପ । ଘଟଣାରେ ପୁଲିସ ସମ୍ପୃକ୍ତି ନେଇ ଅଭିଯୋଗ ଥିବାରୁ ଏହାକୁ ଗୁରୁତ୍ୱର ସହ ନିଆଯାଇଛି । ଯଦି ଏଥିରେ କାହାର ସମ୍ପୃକ୍ତି ପ୍ରମାଣିତ ହୁଏ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଏସ୍‌ପି ଦୀପ କହିଛନ୍ତି ।

Tags: