ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ ଏବଂ ସିଡିପିଓ

ନୟାଗଡ଼/ଗଞ୍ଜାମ : ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ । କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି । ସୂଚନାନୁସାରେ,ମହାବିଦ୍ୟାଳୟର ଲାଇବ୍ରେରିଆନ୍ ହୃଷିକେଷ ବେହେରାଙ୍କ ୩ ମାସର ଏରିଅର ଟଙ୍କା ୫ ଲକ୍ଷ ଦରମା ରିଲିଜ୍ କରାଇଦେବାକୁ କଲେଜ ପ୍ରିନ୍ସିପାଲ ନଳିନୀ ରଞ୍ଜନ ୧ ଲକ୍ଷ […]

Samaya Live Picture
Published On

ନୟାଗଡ଼/ଗଞ୍ଜାମ : ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ । କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଛି ।

ସୂଚନାନୁସାରେ,ମହାବିଦ୍ୟାଳୟର ଲାଇବ୍ରେରିଆନ୍ ହୃଷିକେଷ ବେହେରାଙ୍କ ୩ ମାସର ଏରିଅର ଟଙ୍କା ୫ ଲକ୍ଷ ଦରମା ରିଲିଜ୍ କରାଇଦେବାକୁ କଲେଜ ପ୍ରିନ୍ସିପାଲ ନଳିନୀ ରଞ୍ଜନ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏସମ୍ପର୍କରେ ହୃଷିକେଶ ଭୁବନେଶ୍ୱର ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଗତକାଲି ସନ୍ଧ୍ୟାରେ ନଳିନୀ ରଞ୍ଜନ ହୃଷୀକେଶଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ତାଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଏହାପରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ପ୍ରିନ୍ସିପାଲଙ୍କ ୨ଟି ସ୍ଥାନରେ ଚଢ଼ାଉ ଚାଲିଛି।

ଅନ୍ୟପଟେ ବକେୟା ଦରମା ରିଲିଜ୍ କରାଇବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ । ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ କର୍ମଚାରୀ ଭିଜିଲାନ୍ସକୁ ଜଣାଇଥିଲେ। ତେବେ ଯୋଜନା ମୁତାବକ ସନ୍ଧ୍ୟାରାଣୀ ତାଙ୍କ ଅଫିସରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ । ତାଙ୍କ ଠାରୁ ଭିଜିଲାନ୍ସ ୧୨ ହଜାର ଲାଞ୍ଚ ଟଙ୍କା ଉଧାର କରିଛନ୍ତି ।

Tags: