ଖୁବଶୀଘ୍ର ପୀତବାସ ହତ୍ୟା ମାମଲାର ପର୍ଦ୍ଦାଫାଶ -ଦକ୍ଷିଣାଞ୍ଚଳ ଆଇଜି
ବ୍ରହ୍ମପୁର : ହାଇପ୍ରୋଫାଇଲ ପୀତବାସ ପଣ୍ଡା ହତ୍ୟାକାଣ୍ଡ । ଆଇନ ପଞ୍ଝାରେ ଅପରାଧୀ । ଖୁବଶୀଘ୍ର ମାମଲାର ହେବ ପର୍ଦ୍ଦାଫାଶ । ଦିନେ କି ଦୁଇ ଦିନ ମଧ୍ୟରେ ଫୈସଲା ହୋଇ ବ୍ରହ୍ମପୁର ଏସ୍ପି ସମ୍ପୂର୍ଣ୍ଣ ଘଟଣା ଜଣାଇବେ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର । ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର କହିଛନ୍ତି ଘଟଣାକୁ ୧୬ଦିନ ପୁରିଥିବାବେଳେ ପୋଲିସ ସ୍କାନରରେ ଅଛନ୍ତି ଅପରାଧୀ । ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପୋଲିସ । ଦିନେ କିମ୍ବା […]
ବ୍ରହ୍ମପୁର : ହାଇପ୍ରୋଫାଇଲ ପୀତବାସ ପଣ୍ଡା ହତ୍ୟାକାଣ୍ଡ । ଆଇନ ପଞ୍ଝାରେ ଅପରାଧୀ । ଖୁବଶୀଘ୍ର ମାମଲାର ହେବ ପର୍ଦ୍ଦାଫାଶ । ଦିନେ କି ଦୁଇ ଦିନ ମଧ୍ୟରେ ଫୈସଲା ହୋଇ ବ୍ରହ୍ମପୁର ଏସ୍ପି ସମ୍ପୂର୍ଣ୍ଣ ଘଟଣା ଜଣାଇବେ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ।
ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର କହିଛନ୍ତି ଘଟଣାକୁ ୧୬ଦିନ ପୁରିଥିବାବେଳେ ପୋଲିସ ସ୍କାନରରେ ଅଛନ୍ତି ଅପରାଧୀ । ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପୋଲିସ । ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ କରି ଏସପି ସୂଚନା ଦେବେ । ଗତକାଲି ଏହି ଘଟଣାରେ ବ୍ରହ୍ମପୁର ଅଞ୍ଚଳର ଜଣେ ବଡ ରାଜନେତାଙ୍କୁ ପୁଲିସ ଉଠାଇ ନେଇ ଜେରା କରୁଛି । ଏହି ହାଇପ୍ରୋଫାଇଲ ମର୍ଡର କେସର ଖୁବଶୀଘ୍ର ସମାଧାନ ହେବ ବୋଲି ଆଶା କରାଯାଉଛି । ଏଯାବତ ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ ସହିତ ୮୦ରୁ ଅଧିକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ଜେରା ଚାଲିଛି । ଅନେକଙ୍କୁ ଜେରା ପରେ ଛାଡ଼ି ଦିଆଯାଇଥିବା ବେଳେ ପୋଲିସ ୭ଜଣ ପୋଲିସ କବ୍ଜାରେ ଥିବା ସୂଚନା ମିଳିଛି । ବ୍ରହ୍ମପୁରରୁ ଜଣେ ମଦ ବ୍ୟବସାୟୀଙ୍କୁ ମଧ୍ୟ ପଚରାଉଚରା ପରେ ଛଡ଼ାଯାଇଛି । ରାଜନୈତିକ ଓ ବ୍ୟବସାୟୀ ଦିଗକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରି ପୁଲିସ ତଦନ୍ତ କରୁଛି ।




