ବୁଲା କୁକୁରଙ୍କୁ ଖାଇବାକୁ ଦେବା ବେଳେ ଯୁବତୀଙ୍କ ଉପରେ ଚଢି ଗଲା କାର

ଚଣ୍ଡୀଗଡ଼ : ସିସିଟିଭି ରେ କଏଦ ହେଲା ପୁଣି ଏକ ହିଟ ଆଣ୍ଡ ରନ ମାମଲା I ନିଜ ଘର ସାମନାରେ ଜଣେ ୨୫ ବର୍ଷୀୟା ଯୁବତୀଙ୍କ ଉପରେ ମାଡି ଯାଇଛି ଏକ ଏସୟୁଭି କାର I ସେହି ସମୟରେ ଯୁବତୀ ଜଣଙ୍କ ରାସ୍ତା କଡ଼ରେ ଥିବା ବୁଲା କୁକୁରକୁ ଖାଇବାକୁ ଦେଉଥିଲେ I ଦ୍ରୁତ ଗତିରେ କାର ଟି ଆସି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା I ଯୁବତୀ ଜଣଙ୍କ ଗୁରୁରତର ଆହତ ହୋଇ […]

Samaya Live Picture
Published On

ଚଣ୍ଡୀଗଡ଼ : ସିସିଟିଭି ରେ କଏଦ ହେଲା ପୁଣି ଏକ ହିଟ ଆଣ୍ଡ ରନ ମାମଲା I ନିଜ ଘର ସାମନାରେ ଜଣେ ୨୫ ବର୍ଷୀୟା ଯୁବତୀଙ୍କ ଉପରେ ମାଡି ଯାଇଛି ଏକ ଏସୟୁଭି କାର I ସେହି ସମୟରେ ଯୁବତୀ ଜଣଙ୍କ ରାସ୍ତା କଡ଼ରେ ଥିବା ବୁଲା କୁକୁରକୁ ଖାଇବାକୁ ଦେଉଥିଲେ I ଦ୍ରୁତ ଗତିରେ କାର ଟି ଆସି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା I ଯୁବତୀ ଜଣଙ୍କ ଗୁରୁରତର ଆହତ ହୋଇ ଜିଏମଏସ୍‌ଏଚ୍‌-୧୬ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି I ଯୁବତୀଙ୍କ ନାଁ ତେଜସ୍ୱିତା I ତାଙ୍କ ମୁଣ୍ଡରେ ଗଭୀର ଲାଗିଛି ଇ କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥାରେ ସୁଧାର ଆସିଥିବା ତାଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି I

ପରିବାର ଲୋକଙ୍କ କହିବାନୁସାରେ, ଶନିବାର ରାତିରେ ତେଜସ୍ୱିତା ଏବଂ ତାଙ୍କ ମା ମଂଜ୍ଜିତ କୌର ଫୁଟପାଥ ନିକଟେ ଥିବା ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିଲେ । ସେହି ସମୟରେ ଏକ ମହିନ୍ଦ୍ରା-ଥର-ଏସୟୁଭି କାର ୟୁ-ଟର୍ନ ନେଇ ତାଙ୍କ ଉପରେ ମାଡି ଯାଇ ଚାଲି ଯାଇଥିଲା I ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖି ତେଜସ୍ୱିତାଙ୍କ ମା ଭୟଭୀତ ହୋଇପଡିଥିଲେ। ସେ କହିଛନ୍ତି ଯେ ସାହାଯ୍ୟ କରିବାକୁ କେହି ଅଟକି ନଥିଲେ। ସେ ଘର ଏବଂ ପୋଲିସ କଣ୍ଟ୍ରୋଲ ରୁମକୁ ଡାକିଥିଲେ। ସାମ୍ନାକୁ ଆସିଥିବା ସିସିଟିଭିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ କାର୍‌ ଚାଳକ ଜଣଙ୍କ ବେଶ ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ। ଗାଡ଼ି ଧକ୍କା ହେବାରୁ ଯୁବତୀ ଜଣଙ୍କ କିଛି ବାଟ ଛିଟିକି ପଡ଼ିଥିବା ବେଳେ କୁକୁରଟି ଘଟଣାସ୍ଥଳରୁ ଭୟରେ ପଳାଇଥିଲା।

ତେଜସ୍ୱିତାଙ୍କ ପିତା ଓଜସ୍ୱୀ କୌଶଳ କହିଛନ୍ତି ଯେ ତାଙ୍କ ଝିଅ ଆର୍କିଟେକ୍ଟ ରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ସିଭିଲ ସର୍ଭିସ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ପ୍ରତିଦିନ ମାଆଙ୍କ ସହିତ ଯାଇ ବୁଲା କୁକୁରମାନଙ୍କୁ ଖାଇବାକୁ ଦେଇଥାନ୍ତି I ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଗାଡି ଏବଂ ଡ୍ରାଇଭରକୁ ଖୋଜା ଚାଲିଛି।

ସେହିପରି ଗତ ଡ଼ିସେମ୍ବର ୩୧ ତାରିଖ ରାତିରେ ଦିଲ୍ଲୀରେ ଏକ ଭୟାବହ କାର ଦୁର୍ଘଟଣା ଘଟିଥିଲା ,ଯେଉଁଥିରେ ଜଣେ ୨୦ ବର୍ଷ ବୟସ୍କା ଯୁବତୀଙ୍କ ଗୋଡ କାର ତଳେ ଚାପି ହୋଇଯିବା ପରେ ଗାଡି ତାଙ୍କୁ ପାଖାପାଖି ୧୨ କି.ମି ପର୍ଯ୍ୟନ୍ତ ଘୋଷାରି ନେଇଥିଲେ I ଏହି ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ୧୧ ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା କରିଥିବାରୁ ବହିଷ୍କାର କରିଛି I

Tags: