ସୁଧ ଟଙ୍କା କାରବାରକୁ ନେଇ ରାଜଧାନୀରେ ବୋମାମାଡ଼,ଶ୍ୱଶୁର ବୋହୂ ଗୁରୁତର
ଭୁବନେଶ୍ୱର : ସୁଧ ଟଙ୍କା କାରବାରକୁ ନେଇ ରାଜଧାନୀରେ ବୋମାମାଡ଼ I ପୁଣି ଅଶାନ୍ତ ହୋଇ ଉଠିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁର ଗାଁ I ବୋମାମାଡରେ ଗୋଟିଏ ପରିବାରର ଶ୍ୱଶୁର ବୋହୂ ଗୁରୁତର ହୋଇଥିବା ଜଣାପଡିଛି I ସୁଧ ଟଙ୍କା ଆଦାୟକୁ ନେଇ ଏହି ପଥର ମାଡ଼ ହୋଇଥିବା ଜଣା ପଡିଛି I ଏନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ,ଗାଁରେ ଏବେ ୨ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ […]
ଭୁବନେଶ୍ୱର : ସୁଧ ଟଙ୍କା କାରବାରକୁ ନେଇ ରାଜଧାନୀରେ ବୋମାମାଡ଼ I ପୁଣି ଅଶାନ୍ତ ହୋଇ ଉଠିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁର ଗାଁ I ବୋମାମାଡରେ ଗୋଟିଏ ପରିବାରର ଶ୍ୱଶୁର ବୋହୂ ଗୁରୁତର ହୋଇଥିବା ଜଣାପଡିଛି I ସୁଧ ଟଙ୍କା ଆଦାୟକୁ ନେଇ ଏହି ପଥର ମାଡ଼ ହୋଇଥିବା ଜଣା ପଡିଛି I ଏନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ,ଗାଁରେ ଏବେ ୨ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ପଦ୍ମକେଶରୀପୁର ଗାଁର ସନାତନ ଦାସ ମହାଜନ କାରବାର କରୁଥିବା ବାବୁଲା ଦାସଙ୍କ ନିକଟରୁ ସୁଧ ଆକାରରେ ଟଙ୍କା ଆଣିଥିଲେ। ଟଙ୍କା ଫେରାଇବାରେ ବିଳମ୍ବ ନେଇ ବାବୁଲା ସନାତନଙ୍କ ଉପରେ କ୍ଷୁବ୍ଧ ଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବାବୁଲା ଦାସ ତାଙ୍କ ସହଯୋଗୀ ତାପସ ଦାସ ଓ ୪ରୁ ୫ ଜଣ ଯୁବକ ସନାତନଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ସନାତନ ଓ ତାଙ୍କ ବୋହୂ ଘରେ ଖାଉଥିଲେ। ସନାତନଙ୍କୁ ବାବୁଲା ସୁଧ ଟଙ୍କା ମାଗିଥିଲେ। ଏହାକୁ ନେଇ ସନାତନ ଓ ବାବୁଲାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ବାବୁଲା ଓ ତାଙ୍କର ସହଯୋଗ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ସମୟରେ ସନାତନଙ୍କ ବୋହୂ ପହଞ୍ଚି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପରେ ବାବୁଲା ତାଙ୍କ ସହଯୋଗୀ ବୋମାମାଡ଼ କରି ପଳାଇଥିଲେ।
ଏହାପରେ ଗ୍ରାମବାସୀ ସନାତନ ଏବଂ ତାଙ୍କ ବୋହୂ ନିରୁପମାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଗୁରୁତର ଅବସ୍ଥାରେ ଉଭୟ ଶ୍ବଶୁର ଓ ବୋହୂଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏଥି ସହିତ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଯେପରି ଆଗକୁ ବିଶୃଙ୍ଖଳା ପରିସ୍ଥିତି ନ ଘଟେ ସେଥିପାଇଁ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ସୂଚନାନୁସାରେ, ଗତ ଅକ୍ଟୋବର ମାସରେ ପଦ୍ମକେଶରପୁର ଓ କେଳା ସାହିରେ ଭୟାନକ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟଗୋଷ୍ଠୀର ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏଥିରେ ଟେକ ପଥର ବୋତଲ ସହ ବୋମା ମାଡ଼ ଘଟି ପରିସ୍ଥିତି ଅଣାୟତ୍ତ ହୋଇ ପଡିଥିଲା I ପୁଲିସ ଏହି ଘଟଣାପରେ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିବା ସହ ଶତାଧିକ ପୁରୁଷ ଓ ମହିଳାଙ୍କୁ ଗିରଫ କରିଥିଲା କରିଥିଲା କମିଶନରେଟ ପୋଲିସ । ଘଟଣାର ଭୟାବହତାକୁ ଦେଖି ପୁରା ଗାଁ ପୁରୁଷଶୂନ୍ୟ ହୋଇ ପଡିଥିଲା I




