ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ସ୍ଥିତ ବିରୂପା ପୋଲ ତଳୁ ମିଳିଛି ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ କୁସୁପୁର ଗାଁର ପ୍ରମୋଦ ବେହେରା ବୋଲି ଜଣାପଡିଛି । ଶନିବାର ସକାଳେ ପୋଲ ତଳେ ପ୍ରମୋଦଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପୋଲ ଉପରେ ଯୁବକଙ୍କ ବାଇକ୍‌ ଏବଂ ଗାମୁଛା ପଡିଥିବାର ଦେଖିବାକୁ ମିଳିଥିଲା । ଏହା ପରେ ପ୍ରମୋଦଙ୍କ […]

Samaya Live Picture
Published On

କଟକ: ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ସ୍ଥିତ ବିରୂପା ପୋଲ ତଳୁ ମିଳିଛି ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ କୁସୁପୁର ଗାଁର ପ୍ରମୋଦ ବେହେରା ବୋଲି ଜଣାପଡିଛି । ଶନିବାର ସକାଳେ ପୋଲ ତଳେ ପ୍ରମୋଦଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପୋଲ ଉପରେ ଯୁବକଙ୍କ ବାଇକ୍‌ ଏବଂ ଗାମୁଛା ପଡିଥିବାର ଦେଖିବାକୁ ମିଳିଥିଲା । ଏହା ପରେ ପ୍ରମୋଦଙ୍କ ପରିବାର ଏବଂ ମାହାଙ୍ଗା ପୁଲିସକୁ ସୂଚନା ଦେଇଥିଲେ ଲୋକେ । ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିଛି । ପ୍ରମୋଦଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ପ୍ରମୋଦଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Tags: