ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଭଦ୍ରକ : ଚାନ୍ଦବାଲି ଥାନା ସାଳନ୍ଦୀ ଶାଖା ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତ ଯୁବକ ହେଉଛନ୍ତି ମାଧପୁର ପଞ୍ଚାୟତ ଅଣଖାସାହିର ସୁକାନ୍ତ ଦାସ I ୨୨ ବର୍ଷ I ତାଙ୍କ ବାପାଙ୍କ ନାଁ ରମେଶ ଦାସ I ସୂଚନାନୁସାରେ,ଗତ ଶୁକ୍ରବାର ସନ୍ଧ୍ୟା ବେଳରୁ ସୁକାନ୍ତ ନିଖୋଜ ଥିଲେ I ବହୁତ ଖୋଜାଖୋଜି ପରେ ଚାନ୍ଦବାଲି ଥାନାରେ ପରିବାର ପକ୍ଷରୁ ଶନିବାର ଏତଲା ଦିଆଯାଇଥିଲା I ଏହାପରେ ଚାନ୍ଦବାଲି ଆଇଆଇସି ଘଟଣାର ତଦନ୍ତ ଆରମ୍ଭ […]
ଭଦ୍ରକ : ଚାନ୍ଦବାଲି ଥାନା ସାଳନ୍ଦୀ ଶାଖା ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତ ଯୁବକ ହେଉଛନ୍ତି ମାଧପୁର ପଞ୍ଚାୟତ ଅଣଖାସାହିର ସୁକାନ୍ତ ଦାସ I ୨୨ ବର୍ଷ I ତାଙ୍କ ବାପାଙ୍କ ନାଁ ରମେଶ ଦାସ I
ସୂଚନାନୁସାରେ,ଗତ ଶୁକ୍ରବାର ସନ୍ଧ୍ୟା ବେଳରୁ ସୁକାନ୍ତ ନିଖୋଜ ଥିଲେ I ବହୁତ ଖୋଜାଖୋଜି ପରେ ଚାନ୍ଦବାଲି ଥାନାରେ ପରିବାର ପକ୍ଷରୁ ଶନିବାର ଏତଲା ଦିଆଯାଇଥିଲା I ଏହାପରେ ଚାନ୍ଦବାଲି ଆଇଆଇସି ଘଟଣାର ତଦନ୍ତ ଆରମ୍ଭ କରିଥିଲେ I ଶେଷରେ ଶୁକ୍ରବାର ସନ୍ଧ୍ୟାରେ ସୁକାନ୍ତ ମୋବାଇଲରେ ଗେମ ଖେଳୁଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଥିଲେ I ଏହାପରେ ପୋଲିସ ସୁକାନ୍ତଙ୍କ ମୋବାଇଲ ଟ୍ରାକ କରିଥିଲା I ମୋବାଇଲ ଫୋନ୍ ଗାଁ ପାଖାପାଖି ଥିବା ପୁଲିସ୍ ଜାଣିବାକୁ ପାଇଥିଲା। ପରେ ଚାଷ ଜମିରୁ ମୋବାଇଲ ଫୋନ୍ଟି ମିଳିଥିଲା।
ଆଜି ସକାଳେ ଗାଁ ନିକଟ ସାଳନ୍ଦୀ ନଦୀର ଶାଖା ନଟିଆ ଜୋରରେ ଏକ ଶବ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ପାଣିରୁ ଉଦ୍ଧାର କରିଥିଲା। ତାହା ସୁକାନ୍ତଙ୍କ ମୃତଦେହ ଭାବେ ଚିହ୍ନଟ କରାଯାଇଥିଲା। ତେବେ କିଛିଦିନ ପୂର୍ବରୁ ମୋବାଇଲ ଗେମକୁ ନେଇ ମୃତ ଯୁବକ ସୁକାନ୍ତ ଓ ଜୟଦେବ ଦାସଙ୍କ ମଧ୍ୟରେ ଝଗଡା ହୋଇଥିଲା I ଆଜି ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।




