ଦୟାନଦୀରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ
ପୁରୀ : ହାତ ଗୋଡ଼ ବାନ୍ଧି ଜଣେ ଯୁବତୀଙ୍କୁ ହତ୍ୟା କରି ଦୟାନଦୀରେ ଫିଙ୍ଗି ଦିଆଯାଇଛି l ଯୁବତୀଙ୍କ ପରିଚୟ ମିଳିପାରି ନାହିଁ l ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଜଣାପଡିଛି l ଗଦିଶାଗଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସୂଚନାନୁସାରେ ,ଜଣେ ଯୁବତୀଙ୍କ ମୃତ ଦେହ ନୂଆଗାଁ ନିକଟ ଦୟାନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ l ତାଙ୍କୁ ହତ୍ୟାକରି ଫିଙ୍ଗି ଦିଆଯାଇଥିବାର […]
ପୁରୀ : ହାତ ଗୋଡ଼ ବାନ୍ଧି ଜଣେ ଯୁବତୀଙ୍କୁ ହତ୍ୟା କରି ଦୟାନଦୀରେ ଫିଙ୍ଗି ଦିଆଯାଇଛି l ଯୁବତୀଙ୍କ ପରିଚୟ ମିଳିପାରି ନାହିଁ l ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଜଣାପଡିଛି l ଗଦିଶାଗଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
ସୂଚନାନୁସାରେ ,ଜଣେ ଯୁବତୀଙ୍କ ମୃତ ଦେହ ନୂଆଗାଁ ନିକଟ ଦୟାନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ l ତାଙ୍କୁ ହତ୍ୟାକରି ଫିଙ୍ଗି ଦିଆଯାଇଥିବାର ସନ୍ଦେହ କରାଯାଉଛି l ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି l ତେବେ ଯୁବତୀଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ l ଏକ ଅଖା ଭିତରୁ ଯୁବତୀଙ୍କ ମୃତ ଦେହ ମିଳିଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି l ଘନ ଅନ୍ଧକାର ଯୋଗୁ ତଦନ୍ତ ବାଧାପ୍ରାପ୍ତ ହୋଇଥିଲା l ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି l ଘଟଣା ସ୍ଥଳରେ ଗଦିଶାଗଦା ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି l




