ନଦୀକୂଳରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର : ନଦୀକୂଳରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି I କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଗ୍ରାମ ତାଙ୍କ ନିଜ ଗ୍ରାମ ଜୟନ୍ତୀନାପୁର ବୈତରଣୀ ନଦୀକୂଳରେ ଏକ ଜାମୁ ଗଛରୁ ଉଦ୍ଧାର କରାଯାଇଛି। ଗତକାଲି ଠାରୁ ରାମକୃଷ୍ଣ ଚମ୍ପୁଆସ୍ଥ ବ୍ଲକ୍ କୋଲନୀ ସରକାରୀ ବାସ ଭବନରୁ ବାହାରକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ […]

Samaya Live Picture
Published On

କେନ୍ଦୁଝର : ନଦୀକୂଳରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି I କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଗ୍ରାମ ତାଙ୍କ ନିଜ ଗ୍ରାମ ଜୟନ୍ତୀନାପୁର ବୈତରଣୀ ନଦୀକୂଳରେ ଏକ ଜାମୁ ଗଛରୁ ଉଦ୍ଧାର କରାଯାଇଛି। ଗତକାଲି ଠାରୁ ରାମକୃଷ୍ଣ ଚମ୍ପୁଆସ୍ଥ ବ୍ଲକ୍ କୋଲନୀ ସରକାରୀ ବାସ ଭବନରୁ ବାହାରକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଗଛରେ ଝୁଲୁଥିବାର ଗ୍ରାମବାସୀ ଦେଖିଥିଲେ I ଗଛ ମୂଳରେ ତାଙ୍କ ବାଇକ ଓ ହେଲମେଟ୍ ରହିଥିବାବେଳେ ଏକ ନୂଆ ପ୍ଲାଷ୍ଟିକ ଦଉଡ଼ିରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଠାବ କରାଯାଇଛି। ଗତକାଲି ଘରୁ ବାହାରିବା ସମୟରେ ନିଜ ମୋବାଇଲ ଘରେ ଛାଡ଼ି ଦେଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ରାମକୃଷ୍ଣଙ୍କୁ ପାଇ ନଥିଲେ। ତେବେ ଆଜି ତାଙ୍କ ମୃତଦେହ ଠାବ ହେବାପରେ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ Iପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ରାମକୃଷ୍ଣଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି I

Tags: