ହୋଟେଲରୁ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର
ବଲାଙ୍ଗୀର:ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ I ରେଲୱେ ଷ୍ଟେସନ ନିକଟସ୍ଥ ଏକ ହୋଟେଲରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ I ହାତଗୋଡ ବନ୍ଧା ଅବସ୍ଥାରେ ହୋଟେଲ ବାଥରୁମରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ସୋନପୁର ସିଆବାହାଲ ଗାଁର ଶଙ୍କରଭାନୁ ବେହେରା (୪୦) ବର୍ଷ I ସେ ସୋନପୁର ରିଜର୍ଭ ପୋଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ I ହୋଟେଲରେ ଶଙ୍କରଭାନୁଙ୍କ ସହ ଅନ୍ୟ ୨ ଜଣ ମଧ୍ୟ ରହୁଥିଲେ I ତେବେ ଘଟଣା ପରେ ସେମାନେ […]
ବଲାଙ୍ଗୀର:ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ I ରେଲୱେ ଷ୍ଟେସନ ନିକଟସ୍ଥ ଏକ ହୋଟେଲରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ I ହାତଗୋଡ ବନ୍ଧା ଅବସ୍ଥାରେ ହୋଟେଲ ବାଥରୁମରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ସୋନପୁର ସିଆବାହାଲ ଗାଁର ଶଙ୍କରଭାନୁ ବେହେରା (୪୦) ବର୍ଷ I ସେ ସୋନପୁର ରିଜର୍ଭ ପୋଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ I ହୋଟେଲରେ ଶଙ୍କରଭାନୁଙ୍କ ସହ ଅନ୍ୟ ୨ ଜଣ ମଧ୍ୟ ରହୁଥିଲେ I ତେବେ ଘଟଣା ପରେ ସେମାନେ ଫେରାର ହୋଇଯାଇଛନ୍ତି I ଏଥିରୁ ଶଙ୍କର ଭାନୁଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।
ସୂଚନାମୁତାବକ ,ଗୁରୁବାର ଦିନ ୧୧.୨୦ରେ ଝାଡଖଣ୍ଡ ଧାନବାଦର ବୀରେନ୍ ସିଂ ନିଜ ଆଧାରକାର୍ଡ଼ ଦେଖାଇ ଇନ୍ଦ୍ରପ୍ରସ୍ଥ ହୋଟେଲରେ ୧୧୨ ନମ୍ବର ରୁମ ବୁକ କରିଥିଲେ I ହୋଟେଲରେ ଶଙ୍କରଭାନୁ ଓ ବିନିତ ଶର୍ମାଙ୍କ ସହ ବୀରେନ ସିଂ ମଧ୍ୟ ରହିଥିଲେ I ତେବେ ଶୁକ୍ରବାର ପୂର୍ବାହ୍ନରେ ହୋଟେଲର ଦ୍ୱାର ଖୋଲା ରହିଥିବାର ଦେଖାଯାଇଥିଲା I ଏହି ସମୟରେ ଝାଡୁଦାର ଝାଡୁ କରିବାକୁ ଭିତରକୁ ଯାଇ ଦେଖିଲା ବେଳକୁ ଶଙ୍କରଭାନୁଙ୍କ ମୃତଦେହ ବାଥରୁମ ଭିତରେ ପଡ଼ିଥିଲା । ତାଙ୍କ ହାତ ଗୋଡ଼ ବନ୍ଧା ହୋଇଥିବାବେଳେ ମୁହଁକୁ ଗାମୁଛାରେ ଘୋଡା ଯାଇଥିଲା ଏବଂ ଆଖିରେ ସେଲ ଟେପ ମରାଯାଇଥିଲା । କିନ୍ତୁ ହୋଟେଲରେ ରହିଥିବା ଧନବାଦର ୨ ଜଣ ବୀରେନ ସିଂ ଏବଂ ବିନୀତ ଶର୍ମା ଶଙ୍କରଭାନୁଙ୍କ କାର ନେଇ ଫେରାର ହୋଇଯାଇଥିଲେ I ଏହି ଘଟଣା ହୋଟେଲ କର୍ତୃପକ୍ଷ ପୋଲିସକୁ ଜଣାଇବା ପରେ ବଲାଙ୍ଗୀର ଟାଉନ ଥାନା ପୋଲିସ ସହିତ ସାଇଣ୍ଟିଫିକ ଟିମ ହୋଟେଲରେ ପହଁଚି ଶବ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛନ୍ତି I ତେବେ କେଉଁ କାରଣରୁ ତାଙ୍କୁ ହ୍ଯତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଗଂଜେଇ ଓ ରତ୍ନପଥର ବେପାରକୁ କେନ୍ଦ୍ରକରି ହତ୍ୟାକାଣ୍ଡ କରାଯାଇଥିବା ଆଶଙ୍କା କରାଯାଉଛି । ବର୍ତମାନ ପୁଲିସ ଏସବୁର ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ହୋଟେଲ ରୁମରେ ତଦନ୍ତ କରୁଛି ବଲାଙ୍ଗିର ଟାଉନ ଥାନା ପୁଲିସ।




