ପୋଖରୀରୁ ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ଷ୍ଟିଲ ସିଟିରେ ଚାଞ୍ଚଲ୍ୟ ! ପୋଖୋରୀତୁ ଉଦ୍ଧାର ହେଲା ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ଉଦ୍ଧାର I ରାଉରକେଲା RSP ପ୍ରଶାସନିକ ଭବନ ନିକଟସ୍ଥ ସେନ୍ସରି ପାର୍କ ପୋଖରୀରୁ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ ଦେହ ଉଦ୍ଧାର ହୋଇଛି I ତାଙ୍କ ଘର ରାଜଗାଙ୍ଗପୁର ରମା ବାହାଲ ଅଞ୍ଚଳରେ ହୋଇଥିବାବେଳେ ସେ ସେ ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । ସେ ଏଡିଏମ୍ କାର୍ଯ୍ୟାଳୟର ଜମିଜମା ବିଭାଗ ଦାୟିତ୍ୱରେ ଥିଲେ । […]

Samaya Live Picture
Published On

ରାଉରକେଲା : ଷ୍ଟିଲ ସିଟିରେ ଚାଞ୍ଚଲ୍ୟ ! ପୋଖୋରୀତୁ ଉଦ୍ଧାର ହେଲା ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ଉଦ୍ଧାର I ରାଉରକେଲା RSP ପ୍ରଶାସନିକ ଭବନ ନିକଟସ୍ଥ ସେନ୍ସରି ପାର୍କ ପୋଖରୀରୁ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ ଦେହ ଉଦ୍ଧାର ହୋଇଛି I ତାଙ୍କ ଘର ରାଜଗାଙ୍ଗପୁର ରମା ବାହାଲ ଅଞ୍ଚଳରେ ହୋଇଥିବାବେଳେ ସେ ସେ ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । ସେ ଏଡିଏମ୍ କାର୍ଯ୍ୟାଳୟର ଜମିଜମା ବିଭାଗ ଦାୟିତ୍ୱରେ ଥିଲେ । ପରିବାରଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏପରି କି ଏହି ଘଟଣାରେ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିବା ସେମାନେ କହିଛନ୍ତି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ସୂଚନାନୁସାରେ,ସୁସ୍ମିତା ମିଞ୍ଜ ଗତ ୧୭ ତାରିଖରୁ ରାଉରକେଲା ରାଧିକା ରିଜେନ୍ସି ହୋଟେଲରେ ରହୁଥିଲେ। ମଙ୍ଗଳବାର ସକାଳୁ ହୋଟେଲରୁ ବାହାରି ଆସିଥିଲେ। ପରେ ସନ୍ଧ୍ୟାରେ ତାଙ୍କ ମୃତ ଶରୀର ପୋଖରୀରୁ ଉଦ୍ଧାର କରଯାଇଥିଲା ଆଜି ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଘଟଣାଟି ପାରିବାରିକ ସମସ୍ୟା ନା କର୍ମକ୍ଷେତ୍ରରେ ଅତ୍ୟଧିକ ଚାପ ଯୋଗୁଁ ହତ୍ୟା କିମ୍ବା ଆତ୍ମହତ୍ୟା ଜନିତ ଏନେଇ ପୋଲିସ୍‌ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

Tags: