ନଦୀକୁ ଡେଇଁ ଫେରାର ଘଟଣାରେ ଅଭିଯୁକ୍ତ ର ମୃତଦେହ ଉଦ୍ଧାର

କଟକ : କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଫେରାର ହୋଇଥିବା ଅଭିଯୁକ୍ତର ମୃତଦେହ ଉଦ୍ଧର I ଗତକାଲି କ୍ୟାଣ୍ଟନମେଣ୍ଟ ଥାନା ରୁ ଅଭିଯୁକ୍ତ ଶଙ୍କର୍ଷଣ ବେହେରା ଖସି ଯାଇ ମହାନଦୀ ଭିତରକୁ ପଶି ଯାଇଥିଲେ I ଆଜି ଯୋବ୍ରା ବ୍ୟାରେଜ ନିକଟରୁ ଏକ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହି ମୃତଦେହଟି ଶଙ୍କର୍ଷଣ ବେହେରାର ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ମୃତଦେହଟି ଅଭିଯୁକ୍ତଙ୍କର କି ନୁହେଁ, ତାହା ପରିବାର ଲୋକ ଚିହ୍ନଟ କଲେ ହିଁ ସ୍ପଷ୍ଟ ହେବ […]

Samaya Live Picture
Published On

କଟକ : କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଫେରାର ହୋଇଥିବା ଅଭିଯୁକ୍ତର ମୃତଦେହ ଉଦ୍ଧର I ଗତକାଲି କ୍ୟାଣ୍ଟନମେଣ୍ଟ ଥାନା ରୁ ଅଭିଯୁକ୍ତ ଶଙ୍କର୍ଷଣ ବେହେରା ଖସି ଯାଇ ମହାନଦୀ ଭିତରକୁ ପଶି ଯାଇଥିଲେ I ଆଜି ଯୋବ୍ରା ବ୍ୟାରେଜ ନିକଟରୁ ଏକ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହି ମୃତଦେହଟି ଶଙ୍କର୍ଷଣ ବେହେରାର ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ମୃତଦେହଟି ଅଭିଯୁକ୍ତଙ୍କର କି ନୁହେଁ, ତାହା ପରିବାର ଲୋକ ଚିହ୍ନଟ କଲେ ହିଁ ସ୍ପଷ୍ଟ ହେବ |

ସୂଚନାନୁସାରେ ଗତ ଜୁଲାଇ ୨୦ ତାରିଖ ଦିନ କଟକ ବିଡାନାସୀ ଅଂଚଳରୁ ଅଭିଯୁକ୍ତ ଶଙ୍କର୍ଷଣ ବେହେରାକୁ ଏକ ମୋବାଇଲ ଚୋରି ଘଟଣାରେ କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଅଟକ ରଖିଥିଲା I ତେବେ ସଂଧ୍ୟାବେଳକୁ ଶଙ୍କର୍ଷଣ ଶୌଚ ହେବାକୁ ଯାଇ ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲେ | ଏହାପରେ ଧରାପଡିଯିବା ଭୟରେ ଦୌଡ଼ି ଯାଇ ସେ ମହାନଦୀ ଭିତରକୁ ପଶିଯାଇଥିଲା I ଶଙ୍କର୍ଷଣ ମହାନଦୀକୁ ଡେଇଁଥିବା ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାକୁ ଖୋଜାଖୋଜି କରିଥିଲେ। କିନ୍ତୁ ଆଜି ସକାଳେ ଗୋଟିଏ ମୃତଦେହ ଯୋବ୍ରା ବ୍ୟାରେଜ ନିକଟରୁ ଉଦ୍ଧାର କରିଛନ୍ତି I ମୃତ ଦେହଟି ଚିହ୍ନଟ ପରେ କାହାର ବୋଲି ସ୍ପଷ୍ଟ ହେବ I

Tags: