ହୋଟେଲରୁ ଶିଳ୍ପପତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ହୋଟେଲରୁ ଶିଳ୍ପପତିଙ୍କଙ୍କ ଗଳିତ ମୃତଦେହ ଉଦ୍ଧାର I ସନ୍ଦେହ ଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ I ମୃତକ ହେଉଛନ୍ତି ତପନ ପ୍ରସାଦ ଆଚାର୍ଯ୍ୟ I ଘର ଫୁଲବାଣୀ ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେ I ତପନ ପ୍ରସାଦ ଶୁଭମ ସିଏନଜି ପ୍ରାଇଭେଟ ଲିମିଟେଡ଼ ର ମାଲିକ I ସେ ଗତ ମଙ୍ଗଳବାର ଦିନ କର୍ପୋରେଟ ମିଟିଂରେ ଆସି ଭୁବନେଶ୍ୱର ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଶାନ୍ତି ଗେଷ୍ଟ ହାଉସରେ […]

Samaya Live Picture
Published On

ଭୁବନେଶ୍ୱର : ହୋଟେଲରୁ ଶିଳ୍ପପତିଙ୍କଙ୍କ ଗଳିତ ମୃତଦେହ ଉଦ୍ଧାର I ସନ୍ଦେହ ଜନକ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ I ମୃତକ ହେଉଛନ୍ତି ତପନ ପ୍ରସାଦ ଆଚାର୍ଯ୍ୟ I ଘର ଫୁଲବାଣୀ ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେ I ତପନ ପ୍ରସାଦ ଶୁଭମ ସିଏନଜି ପ୍ରାଇଭେଟ ଲିମିଟେଡ଼ ର ମାଲିକ I ସେ ଗତ ମଙ୍ଗଳବାର ଦିନ କର୍ପୋରେଟ ମିଟିଂରେ ଆସି ଭୁବନେଶ୍ୱର ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଶାନ୍ତି ଗେଷ୍ଟ ହାଉସରେ ରହିଥିଲେ I ସେ ଆଗରୁ ମଧ୍ୟ ପ୍ରତିମାସ ମିଟିଂରେ ଆସି ଏଠାରେ ରହୁଥିବା ଜଣା ପଡିଛି I

ଗୁରୁବାର ଅପରାହ୍ନରେ ମୈତ୍ରୀବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ତପନଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି I ଗେଷ୍ଟ ହାଉସର ୨୦୨ ନମ୍ବର ରୁମରେ ସେ ରହୁଥିଲେ I ମୃତଦେହକୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ପୋଲିସ I ବର୍ତ୍ତମାନ ସୁଦ୍ଧା ତପନଙ୍କ ମୃତ୍ୟୁର ସଠିକ କାରଣ ଜଣାପଡି ନଥିବାବେଳେ ତଦନ୍ତ ଜାରି ରହିଛି I ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇଛି ପୋଲିସ I

Tags: