ରାସ୍ତା ପାର୍ଶ୍ୱରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର
ଭଦ୍ରକ : ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ରାସ୍ତା କଡ଼ରୁ ଉଦ୍ଧାର ହୋଇଛି କ୍ଷତାକ୍ତ ମୃତଦେହ । ମୃତକ ହେଲେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବନ୍ଧ ଗାଁ ର ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତ । ତାଙ୍କୁ କେହି ଜଣେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଦେହରେ ବେକ ଏବଂ ମୁଣ୍ଡ ସହ ବିଭିନ୍ନ ସ୍ଥାନରେ କ୍ଷତ ଥିବାରୁ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ […]
ଭଦ୍ରକ : ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ରାସ୍ତା କଡ଼ରୁ ଉଦ୍ଧାର ହୋଇଛି କ୍ଷତାକ୍ତ ମୃତଦେହ । ମୃତକ ହେଲେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବନ୍ଧ ଗାଁ ର ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତ । ତାଙ୍କୁ କେହି ଜଣେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଦେହରେ ବେକ ଏବଂ ମୁଣ୍ଡ ସହ ବିଭିନ୍ନ ସ୍ଥାନରେ କ୍ଷତ ଥିବାରୁ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ କିଏ ଓ କାହିଁକି ହତ୍ୟା କରିଛି କାରଣ ଅସ୍ପଷ୍ଟ ରହିଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଚିତ୍ତରଞ୍ଜନ ରାଉତ ଗତକାଲି ଏକ ଅଷ୍ଟପ୍ରହରୀ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ବିଳମ୍ବିତ ରାତିରେ ସେଠାରୁ ସେ ଘର ଅଭିମୁଖେ ବାହାରି ଥିଲେ ମଧ୍ୟ ଘରେ ପହଁଚି ନଥିଲେ । ଆଜି ସକାଳେ ବନ୍ଧଗାଁ ଡୁଙ୍ଗୁରା ରାସ୍ତାର ନାଳ ନିକଟରେ ତାଙ୍କର ରକ୍ତାକ୍ତ ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ମୁଣ୍ଡ ପଛପଟେ ଗଭୀର କ୍ଷତ ସହ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହିଜଣେ ପଛପଟୁ ଆକ୍ରମଣ କରିଥିବା ନେଇ ସନ୍ଦେହ କରାଯାଉଛି । ଏ ନେଇ ସ୍ଥାନୀୟ ଲୋକ ପରିବାରକୁ ଖବର ଦେଇଥିଲେ । ସେମାନେ ଆସି ମୃତ ଦେହକୁ ଚିହ୍ନଟ କରିଥିଲେ । ପରିବାର ଲୋକଙ୍କ ଠାରୁ ସୂଚନା ପାଇ ଗ୍ରାମାଞ୍ଚଳ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଁଚିଛି ତଦନ୍ତ ଜାରି ରଖିଛି ।




