ବିଲରେ ଭାସୁଛି ଅଚିହ୍ନା ମହିଳାଙ୍କ ମୃତଦେହ

ବାଲେଶ୍ୱର :ବିଲରେ ଭାସୁଛି ମହିଳାଙ୍କ ମୃତଦେହ I ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ I ତଥ୍ୟାନୁସାରେ ,ଘଟଣାଟି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମହାରାଜପୁର ପଂଚାୟତ ମାଳିଗାଡିଆ ଠାରେ ଘଟିଛି I ମାଳିଗାଡିଆ ଗ୍ରାମବାସୀ ଆଜି ସକାଳେ ବିଲକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ I ଏନେଇ ସେମାନେ ଖନ୍ତାପଡ଼ା ପୋଲିସ୍‌କୁ ସୂଚନା ଦେଇଥିଲେ I ତେବେ ମୃତକଙ୍କ ପରିଚୟ ମିଳିନାହିଁ I ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ […]

Samaya Live Picture
Published On

ବାଲେଶ୍ୱର :ବିଲରେ ଭାସୁଛି ମହିଳାଙ୍କ ମୃତଦେହ I ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ I
ତଥ୍ୟାନୁସାରେ ,ଘଟଣାଟି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମହାରାଜପୁର ପଂଚାୟତ ମାଳିଗାଡିଆ ଠାରେ ଘଟିଛି I ମାଳିଗାଡିଆ ଗ୍ରାମବାସୀ ଆଜି ସକାଳେ ବିଲକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ I ଏନେଇ ସେମାନେ ଖନ୍ତାପଡ଼ା ପୋଲିସ୍‌କୁ ସୂଚନା ଦେଇଥିଲେ I ତେବେ ମୃତକଙ୍କ ପରିଚୟ ମିଳିନାହିଁ I ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି I ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କ ମୃତଦେହ ୨,୩ ଦିନ ହେବ ସେଠାରେ ପଡ଼ିଥିବା ଜଣାଯାଇଛି I ମହିଳାଙ୍କୁ ହତ୍ୟା ପରେ କେହି ଦୁର୍ବୃତ୍ତ ଫିଙ୍ଗିଦେଇଥିିବା ଅନୁମାନ କରାଯାଉଛି I

Tags: