ବିଲରୁ ମିଳିଲା ନବଜାତ ଶିଶୁ କନ୍ୟାର ମୃତଦେହ
ବୌଦ୍ଧ : ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର I ଘଟଣାଟି ବୌଦ୍ଧ ଜିଲ୍ଲା ହରଭନଂଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ ଘଟିଛି I ସୂଚନାନୁସାରେ , ରତନପୁର ଗ୍ରାମର ଏକ ବିଲରୁ ବୁଧବାର ସକାଳେ ପୁରୁଣା କଟକ ପୋଲିସ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି I ଆଜି ସକାଳୁ ବିଲକୁ ଧାନ ତଳି ଲଗାଇବା ପାଇଁ ଯାଉଥିବା ସମୟରେ ଏକ ଶିଶୁ କନ୍ୟାର ମୃତଦେହ ବିଲରେ ପଡ଼ିଥିବା […]
ବୌଦ୍ଧ : ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର I ଘଟଣାଟି ବୌଦ୍ଧ ଜିଲ୍ଲା ହରଭନଂଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ ଘଟିଛି I
ସୂଚନାନୁସାରେ , ରତନପୁର ଗ୍ରାମର ଏକ ବିଲରୁ ବୁଧବାର ସକାଳେ ପୁରୁଣା କଟକ ପୋଲିସ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି I ଆଜି ସକାଳୁ ବିଲକୁ ଧାନ ତଳି ଲଗାଇବା ପାଇଁ ଯାଉଥିବା ସମୟରେ ଏକ ଶିଶୁ କନ୍ୟାର ମୃତଦେହ ବିଲରେ ପଡ଼ିଥିବା କିଛି ମହିଳା ଦେଖିବାକୁ ପାଇଥିଲେ I ଶିଶୁ କନ୍ୟାର ମୃତଦେହ ଦେଖି ମହିଳାମାନେ ଗ୍ରାମରେ ଏ ନେଇ ଜଣାଇଥିଲେ I ଏ ସମ୍ପର୍କରେ ପୁରୁଣା କଟକ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି I ତେବେ ହତ୍ୟାର ଉଦେଶ୍ୟ ଵର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ I ଏହା ଉପରେ ପୋଲିସ ତଦନ୍ତ କରୁଛି I




