ଘର ଭିତରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ବଜାର ସାହି ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ଘରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେମନ୍ତ କନକ ଗୋହି ବୋଲି ଜଣାପଡିଛି। ହେମନ୍ତଙ୍କ ଘର ଗୁଜୁରାଟରେ I ସେ ଗତ କିଛି ବର୍ଷ ହେଲା ପୋଲସରା ଏନଏସି ବଜାର ସାହିଛକରେ ଏକ ଭଡା ଘରେ ରହୁଥିଲେ। ଗତକାଲି ରାତିରେ ତାଙ୍କ ଭଡା ଘରେ ପଶି କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି […]

Samaya Live Picture
Published On

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ବଜାର ସାହି ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ଘରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେମନ୍ତ କନକ ଗୋହି ବୋଲି ଜଣାପଡିଛି। ହେମନ୍ତଙ୍କ ଘର ଗୁଜୁରାଟରେ I ସେ ଗତ କିଛି ବର୍ଷ ହେଲା ପୋଲସରା ଏନଏସି ବଜାର ସାହିଛକରେ ଏକ ଭଡା ଘରେ ରହୁଥିଲେ।

ଗତକାଲି ରାତିରେ ତାଙ୍କ ଭଡା ଘରେ ପଶି କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଛି I ସୋମବାର ସକାଳୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡିନଥିବାବେଳେ ଘଟଣାସ୍ଥଳରେ ପୋଲସରା ପୋଲିସ ପହଁଚି ତଦନ୍ତ ଜାରି ରଖିଛି।

Tags: