ମାଓବାଦୀଙ୍କ ବର୍ବର କାଣ୍ଡ,ବିଜେପି ନେତାଙ୍କୁ ହତ୍ୟା
ମାଲକାନଗିରି : ସୀମାନ୍ତରେ ପୁଣି ମାଓ ହିଂସା । କିଛି ଦିନର ନିରବତାପରେ ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ I ବିଜାପୁର ଜିଲ୍ଲା ତୟନାର୍ ଥାନା ଅଞ୍ଚଳର ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି । ବିଜେପି ନେତା ତିରୁପତି କଟଲାଙ୍କୁ ହତ୍ୟା କରିଛନ୍ତି। ସେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣୀ ପକାଇଥିଲେ ମାଓବାଦୀ I ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା […]
ମାଲକାନଗିରି : ସୀମାନ୍ତରେ ପୁଣି ମାଓ ହିଂସା । କିଛି ଦିନର ନିରବତାପରେ ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ I ବିଜାପୁର ଜିଲ୍ଲା ତୟନାର୍ ଥାନା ଅଞ୍ଚଳର ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି । ବିଜେପି ନେତା ତିରୁପତି କଟଲାଙ୍କୁ ହତ୍ୟା କରିଛନ୍ତି। ସେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣୀ ପକାଇଥିଲେ ମାଓବାଦୀ I ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁଘଟିଥିଲା I




