ଆସିଲା ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ
ଭୁବନେଶ୍ୱର : ଲଜ ବାରରେ +୨ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ଘଟଣା I ହସ୍ତଗତ ହେଲା ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଘଟଣା ଦିନ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ କି ନା ବିଷକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜାଣିବାକୁ ଫୋରେନସିକ ଲ୍ୟାବ୍କୁ ଭିସେରା ପଠାଯାଇଛି। ଭିସେରା ରିପୋର୍ଟ ଆସିଲେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି […]
ଭୁବନେଶ୍ୱର : ଲଜ ବାରରେ +୨ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ଘଟଣା I ହସ୍ତଗତ ହେଲା ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଘଟଣା ଦିନ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ କି ନା ବିଷକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜାଣିବାକୁ ଫୋରେନସିକ ଲ୍ୟାବ୍କୁ ଭିସେରା ପଠାଯାଇଛି। ଭିସେରା ରିପୋର୍ଟ ଆସିଲେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ସୂଚନା ମିଳିଛି I
ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ଲୋକ, ସାଙ୍ଗସାଥୀ ଓ ପୁରୁଷବନ୍ଧୁଙ୍କୁ ମିଶାଇ ୧୧ରୁ ଅଧିକ ଲୋକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ପଚରାଉଚରା କରିଛି। ଏହାସହ ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁଙ୍କୁ ଡାକି ପଚରାଉଚରା କରିଛି ଲକ୍ଷ୍ମୀସାଗର ପୋଲିସ I ୧୬୧ ଧାରାରେ ତାଙ୍କର ବୟାନ ରେକର୍ଡ ହୋଇଛି । ତେବେ ସୂଚନାମିଳିଛି ୧୫ରୁ ୨୦ ଦିନ ତଳେ ପୁରୁଷ ବନ୍ଧୁଙ୍କ ସହ ଶୁଭଲକ୍ଷ୍ମୀଙ୍କର ବ୍ରେକଅପ୍ ହୋଇଯାଇଥିଲା। ସୂଚନାଯୋଗ୍ୟ, ଗତ ଶନିବାର ହୋଟେଲ ରୁମ ଭିତରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।




